ମୁମ୍ବାଇ: କୋରିଓଗ୍ରାଫର ଧନଶ୍ରୀ ବର୍ମା ଏବଂ ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲଙ୍କ ଛାଡପତ୍ର ହେବାକୁ ପ୍ରାୟ ୪ମାସ ବିତିଗଲାଣି। ଆଇପିଏଲ ଆରମ୍ଭ ପୂର୍ବରୁ ଦମ୍ପତିଙ୍କ ଛାଡପତ୍ର ଉପରେ ଚୂଡ଼ାନ୍ତ ରାୟ ଶୁଣାଇଥିଲେ କୋର୍ଟ। ଭରଣପୋଷଣ ବାବଦକୁ ଟଙ୍କା ଦେବା ପରେ ଦମ୍ପତ୍ତି ଅଲଗା ହୋଇଥିଲେ। ଛାଡ଼ପତ୍ର ପୂର୍ବରୁ ଗତ ବର୍ଷ ଡିସେମ୍ବର ମାସରୁ ୟୁଜଭେନ୍ଦ୍ର ଚହଲଙ୍କ ନାମ ଆରଜେ ମହବେଶଙ୍କ ସହ ଯୋଡାଯାଉଛି। ଆଇସିସି ଚାମ୍ପିଅନ୍ସ ଟ୍ରଫି ସମୟରେ, ଚହଲଙ୍କୁ ତାଙ୍କ ତଥାକଥିତ ପ୍ରେମିକା ଆରଜେ ମହବଶଙ୍କ ସହ ଷ୍ଟାଡିୟମରେ ମ୍ୟାଚ୍ ଦେଖୁଥିବାର ଦେଖାଯାଇଥିଲା, ଯାହା ପରେ ସେମାନଙ୍କ ଡେଟିଂର ଗୁଜବ ଆରମ୍ଭ ହୋଇଥିଲା।

Advertisment

ଏହା ପରେ ଆରଜେ, ଅନେକ ଥର ଚହଲଙ୍କ ପ୍ରଶଂସା କରି ଚର୍ଚ୍ଚାକୁ ବଢ଼ାଇଥିଲେ। ଏବେ ଚହଲ ପ୍ରଥମ କରି ମହବଶଙ୍କ ସହ ତାଙ୍କ ସମ୍ପର୍କ ଥିବା ଏକ ପ୍ରକାର ନିଶ୍ଚିତ କରିଛନ୍ତି | 

"ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ' ୩"ର ନୂତନ ଅଧ୍ୟାୟରେ ଗୌତମ ଗମ୍ଭୀର, ରିଷଭ ପନ୍ତ, ଅଭିଷେକ ଶର୍ମା ଏବଂ ୟୁଜଭେନ୍ଦ୍ର ଚହଲ୍ ଅତିଥି ଭାବେ ନଜର ଆସିଥିଲେ । ଏହି ଅଧ୍ୟାୟରେ ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁ, ୟୁଜଭେନ୍ଦ୍ର ଚହଲ୍‌ଙ୍କୁ ଚିଡ଼ାଇ କହିଥିଲେ, 'ଗୋଟିଏ ଛୋଟ ତୀର ଗମ୍ଭୀର ଆଘାତ ଦିଏ। ସେ ବହୁତ ଜବରଦସ୍ତ ଜିନିଷ। ସେ ଧୋନିଙ୍କ ଆଗେ ବୋଲିଂ କରିବେ। ୪ ୱିକେଟ୍ ନେବେ। ଯେଉଁଠାରେ ସମସ୍ତେ ଦୌଡ଼ି ପଳାନ୍ତି, ଚହଲ୍ ସେଠାରେ ଠିଆ ହୁଅନ୍ତି। ଦଳ ବଦଳାଇବାର କୌଣସି ପ୍ରଶ୍ନ ଉଠେ ନାହିଁ, କିନ୍ତୁ ପ୍ରେମିକା  ବଦଳାଇଦିଏ |'

ଏହା ଉପରେ କପିଲ, ସିଦ୍ଧୁଙ୍କୁ କହିଥିଲେ, 'ଆପଣଙ୍କ ସମୟରେ ଇନଷ୍ଟାଗ୍ରାମ ନଥିଲା, ନଚେତ୍ ଆପଣ ମଧ୍ୟ ଧରାପଡ଼ିଥାନ୍ତେ ।' ଏହାର ଶୁଣି ୟୁଜଭେନ୍ଦ୍ର ଚହଲ କହିଥିଲେ, 'ଭାରତ ଜାଣିସାରିଛି। ୪ ମାସ ପୂର୍ବରୁ।' ତାଙ୍କର ଏହି ସ୍ବୀକାରୋକ୍ତି ଏବେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ସ୍ପଷ୍ଟ କରିଛି |