ମୁମ୍ବାଇ: ଆରଜେ ମହବେଶ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ଯେବେଠାରୁ ମହବେଶଙ୍କ ନାମ ଲୋକପ୍ରିୟ କ୍ରିକେଟର ୟୁଜଭେନ୍ଦ୍ର ଚହଲଙ୍କ ସହ ଯୋଡା ହୋଇଛି, ସେବେଠାରୁ ସେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଏବେ ମହବେଶ ନିଜ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚର୍ଚ୍ଚାରେ। ସେ ଏବେ ଅସୁସ୍ଥ ଥିବା ଜଣାଯାଇଛି। ସୋସିଆଲ ମିଡିଆରେ ସେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ମହବେଶ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ତାଙ୍କ ଅସୁସ୍ଥତା ବିଷୟରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି- ବନ୍ଧୁଗଣ, ମୋତେ ଡେଙ୍ଗୁ ହୋଇଛି। ଏହା ସହିତ ସେ ଏକ କାନ୍ଦିବା ଇମୋଜି ଦେଇ ଷ୍ଟୋରୀ ପୋଷ୍ଟ କରିଛନ୍ତି। ମହବେଶଙ୍କ ଅସୁସ୍ଥତା ବିଷୟରେ ଜାଣିବା ପରେ, ପ୍ରଶଂସକମାନେ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି।
ତେବେ ଚହଲ ଏବଂ ଲୋକପ୍ରିୟ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ଛାଡପତ୍ର ପୂର୍ବରୁ କ୍ରିକେଟରଙ୍କ ନାମ ମହବେଶଙ୍କ ସହ ଯୋଡା ଯିବା ଆରମ୍ଭ ହୋଇଥିଲା। ଛାଡପତ୍ର ପରେ ଉଭୟଙ୍କୁ ପ୍ରାୟତଃ ଏକାଠି ଦେଖିବାକୁ ମିଳୁଛି। ଦୁହେଁ ନିଜ ସମ୍ପର୍କକୁ ସ୍ବୀକାର କରିନଥିଲେ ବି ଖୁଲମ ଖୁଲା ପରସ୍ପରର ପ୍ରଶଂସା କରୁଛନ୍ତି।
ମହବେଶଙ୍କ ପେସାଦାର ଜୀବନ ବିଷୟରେ କହିବାକୁ ଗଲେ ତାଙ୍କ ଅଭିନୀତ ୱେବ୍ ସିରିଜ୍ 'ପ୍ୟାର୍ ପଇସା ଔର ପ୍ରଫିଟ୍' ନିକଟରେ ରିଲିଜ୍ ହୋଇଛି। ମହବେଶ ଏହି ୱେବ୍ ସିରିଜ୍ର ବହୁତ ପ୍ରଚାର କରୁଥିବା ଦେଖାଯାଇଛି। ଏହି ୱେବ୍ ସିରିଜ୍ ପାଇଁ ଚହଲ ସୋସିଆଲ ମିଡିଆରେ ତାଙ୍କ ପାଇଁ ଏକ ପୋଷ୍ଟ ମଧ୍ୟ ସେୟାର କରିଥିଲେ, ଯେଉଁଥିରେ ସେ ଲେଖିଥିଲେ 'ମୁଁ ତୁମ ପାଇଁ ଗର୍ବିତ'। ଚହଲଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/05/14/nDDZjd0iNZKyrXvswl4d.jpg)