ଜାଣନ୍ତୁ କ୍ରିକେଟର ଜାହିର୍‌ ଖାନ୍‌ –ଅଭିନେତ୍ରୀ ସାଗରୀକାଙ୍କ ଓ୍ଵଡ଼ିଂ ପାର୍ଟିରେ କେଉଁମାନେ ଯୋଗ ଦେଇଥିଲେ

ମୁମ୍ବାଇ:ବଲିଉଡ଼୍‍ର ଚକ୍‌ଦେ ଗର୍ଲ ସାଗରିକା ଘାଟଗେ ଜଣାଶୁଣା କ୍ରିକେଟର ଜାହିର ଖାନଙ୍କୁ ବିବାହ କରିଛନ୍ତି।ସେ ଦୁହେଁ ପାରଂପାରିକ ରୀତିରେ ବିବାହ ନ କରି କୋର୍ଟ ମ୍ୟାରେଜ୍‌ କରିଛନ୍ତି।ଏହି ସମୟରେ ସାଗରିକା ଏକ ମେରୁନ୍‌ କଲର୍‌ ଶାଢ଼ି ପିନ୍ଧିଥିବାବେଳେ ଜାହିର୍‌ଙ୍କ ଦେହରେ ଥିଲା କ୍ରିମ୍‌ କଲର୍‌ କୁର୍ତ୍ତା କୋର୍ଟ ପରିସରରେ ଜାହିର ଓ ସାଗରିକାଙ୍କ ଯୋଡ଼ି ଲାଗୁଥିଲେ ଖୁବ୍‌ ଗ୍ଲାମରସ୍‌।

ସନ୍ଧ୍ୟାରେ ଏହି ନବ ବିବାହିତ ଦଂପତି ଦକ୍ଷିଣ ମୁମ୍ବାଇର ଏକ ହୋଟେଲ୍‌ରେ ଓ୍ଵଡ଼ିଂ ପାର୍ଟି ଆୟୋଜନ କରିଥିଲେ। ଏଥିରେ ମାଷ୍ଟର ବ୍ଲାଷ୍ଟର୍‌ ସଚିନ୍‌ ତେନ୍ଦୁଲକର୍‌,ହରଭଜନ ସିଂହଙ୍କ ଠାରୁ ଆରମ୍ଭ କରି ପାର୍ଥିବ ପଟେଲଙ୍କ ଯାଏଁ କ୍ରିକେଟ ତାରକାମାନେ ଉପସ୍ଥିତ ରହି ଜାହିର ଓ ସାଗରିକାଙ୍କୁ ବିବାହର ଶୁଭକାମନା ଜଣାଇଥିଲେ। ତେବେ ନାଗପୁରଠାରେ ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ ଚାଲିଥିବା ହେତୁ ଅନ୍ୟ ନାମୀ କ୍ରିକେଟରମାନେ ଏହି ପାର୍ଟିରେ ସାମିଲ ହୋଇ ପାରି ନଥିବା କୁହାଯାଉଛି। ଏହାକୁ କ୍ରିକେଟ୍‌ ଓ ଗ୍ଲାମର ଯୋଡ଼ିଙ୍କର ଏକ ନୂଆ ଅଧ୍ୟାୟ ବୋଲି କୁହଯାଇପାରିବ।
ଏଠାରେ ସୂଚନାଯୋଗ୍ୟ ଯେ ଜାହିର ଖାନ୍‌ ଏବଂ ସାଗରୀକା ଢ଼େର ଦିନ ହେବ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା । ସେ ଦୁହେଁ ପ୍ରାୟ ତିନି ବର୍ଷ ଧରି ଡେଟିଂ କରୁଥିଲେ।

ସମ୍ବନ୍ଧିତ ଖବର