ମୁମ୍ବାଇ: ଇସଲାମ ଧର୍ମ ଯୋଗୁଁ ଦଙ୍ଗଲ ଗାର୍ଲ ଜାୟରା ୱସିମ୍‌ ବଲିଉଡ ଛାଡିବା ନେଇ ନିଜ ଫେସବୁକ ପୋଷ୍ଟରେ ଲେଖିଛନ୍ତି । ଜାୟରା ଫିଲ୍ମ ‘ଦଙ୍ଗଲ’ରେ ଦମଦାର ଅଭିନୟ କରିି ବେଶ ଚର୍ଚ୍ଚାରେ ରହିଥିଲେ । ଏହାସହ ସେ ନ୍ୟାସନାଲ ଆୱାର୍ଡ ମଧ୍ୟ ବିଜୟୀ ହୋଇଥିଲେ ।

Advertisment

ଫିଲ୍ମ ‘ଦଙ୍ଗଲ’ ଓ ‘ସିକ୍ରେଟ’ ସୁପରଷ୍ଟାରରେରେ ତାଙ୍କ ଅଭିନୟ ଯୋଗୁଁ ଦର୍ଶକ ତାଙ୍କୁ ବେଶ୍‌ ପସନ୍ଦ କରିଥିଲେ । କିନ୍ତୁ ଅଚାନକ ଏବେ ସେ ବଲିଉଡରୁ ବିଦାୟ ନେଉଥିବା ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଜାୟରା ନିଜ ସୋସିଆଲ ମିଡିଆ ଆକାଉଂଟରେ ଏକ ଭାବବିହ୍ଵଳ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଅଭିନୟ ଜଗତରୁ ବିଦାୟ ନେଉଥିବା ନେଇ ଘୋଷଣା କରିଛନ୍ତି । ୫ବର୍ଷ ପୂର୍ବେ ବଲିଉଡରେ ପାଦ ଦେବା ନିଷ୍ପତି କିପରି ତାଙ୍କ ଜୀବନକୁ ବଦଳାଇ ଦେଇଥିଲା ତାହା ସେ ଉଲ୍ଲେଖ କରିଛନ୍ତି ।

publive-image

ଫିଳ୍ମ ଜଗତ ଯୋଗୁଁ ତାଙ୍କୁ ତାଙ୍କର ପରିଚୟ ମିଳିଛି ଓ ସେ ଏଥିରେ ଖୁବ୍‌ ଖୁସି ଅଛନ୍ତି ବୋଲି ଲେଖିଛନ୍ତି ଜାୟରା । କିନ୍ତୁ ଅଭିନେତ୍ରୀ ବନିବା ଯୋଗୁଁ ସେ ତାଙ୍କ ଇସଲାମ ଧର୍ମରୁ ଦୂରେଇ ଯାଉଥିବା ଅନୁଭବ କରି ଅଭିନୟ ଜଗତରୁ ଓହରି ଯିବା ପାଇଁ ନିଷ୍ପତି ନେଇଥିବା ଜାୟରା ନିଜ ପୋଷ୍ଟରେ ଲେଖିଛନ୍ତି।