ଡିପ୍ରେସନ୍‌ରେ ଦଙ୍ଗଲ ଗର୍ଲ ଜାଇରା ! ପ୍ରତିଦିନ ଖାଉଛନ୍ତି ଔଷଧ, ଆସୁଛି ଆତ୍ମହତ୍ୟା କରିବାର ଭାବନା

ମୁମ୍ବାଇ : ଫିଲ୍ମ ‘ଦଙ୍ଗଲ’ ଜରିଆରେ ସମସ୍ତଙ୍କ ସାମ୍ନାକୁ ଆସିଥିଲେ ଶିଶୁ କଳାକାର ଜାଇରା ଓ୍ଵାସିମ୍‌ । ଫିଲ୍ମରେ ଥିବା ତାଙ୍କ ଚରିତ୍ରକୁ ଦର୍ଶକ ପସନ୍ଦ କରିଥିବା ବେଳେ ଏଥିପାଇଁ ତାଙ୍କୁ ବିଭିନ୍ନ ପୁରସ୍କାର ମଧ୍ୟ ମିଳିଥିଲା । ସମସ୍ତେ ତାଙ୍କ ଅଭିନୟକୁ ପ୍ରଶଂସା କରିବା ସହ ‘ଦଙ୍ଗଲ’ ପରେ ସେ ଆମୀର ଖାନ୍‌ଙ୍କ ସହ ‘ସିକ୍ରେଟ୍‌ ସୁପରଷ୍ଟାର’ରେ ମଧ୍ୟ ସେ ନଜର ଆସିଥିଲେ । ତେବେ ଏତେ ସବୁ ପ୍ରଶଂସା ପରେ ମଧ୍ୟ ଜାଇରା ଡ଼ିପ୍ରେସନରେ ଅଛନ୍ତି ବୋଲି ଜଣାପଡ଼ିଛି । ଏଥି ପାଇଁ ସେ ଔଷଧ ନେଉଥିବା ବେଳେ ଅନେକ ଥର ଆତ୍ମହତ୍ୟା କରିବାର ଉଦ୍ୟମ କରି ସାରିଥିବା ଖବର ସାମ୍ନାକୁ ଆସିଛି । ଏନେଇ ସେ ନିଜେ ସୋସିଆଲ ମିଡ଼ିଆରେ ଟ୍ଵିଟ୍‌ କରି ସମସ୍ତଙ୍କୁ ଜଣାଇଛନ୍ତି । ଚାରି ବର୍ଷ ହେଲାଣି ସେ ଡ଼ିପ୍ରେସନରେ ରହୁଥିବା ବେଳେ ଅନେକ ଥର ଏଥିପାଇଁ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରତିଦିନ ସେ ଏଥିପାଇଁ ୫ଟି ଔଷଧ ଖାଉଛନ୍ତି । ରାତିରେ ନିଦ ନ ଆସିବା ସହ ବେଳେ ବେଳେ ଆତ୍ମହତ୍ୟା କରିବାକୁ ମଧ୍ୟ ସେ ଭାବିଛନ୍ତି ବୋଲି ଟ୍ଵିଟ୍‌ କରି ସମସ୍ତଙ୍କୁ ଜଣାଇଛନ୍ତି ।

 

A post shared by Zaira Wasim (@zairawasim_) on

 

‘ସବୁବେଳେ ମୋ ମନରେ ଡ଼ର ରହୁଥିବା ବେଳେ ଧୀରେ ଧୀରେ ସମସ୍ତଙ୍କ ଠାରୁ ମୁଁ ନିଜକୁ ଦୂରେଇ ଦେଉଛି । ମୋ ପରିବାରଲୋକ ଏତେ କମ ବୟସରେ ମୋତେ ଡ଼ିପ୍ରେସନ ହୋଇ ପାରିବ ନାହିଁ ବୋଲି କହୁଥିବା ବେଳେ ମୋର ଅସୁବିଧାକୁ ଜାଣି ପାରୁ ନାହାନ୍ତି । କିନ୍ତୁ ମୁଁ ଜାଣିଛି ଏଥିପାଇଁ ମୋର ଅବସ୍ଥା ଖରାପ ହେବାରେ ଲାଗିଛି । ବେଳେ ବେଳେ ମୋତେ ମଧ୍ୟ ରାତିରେ ଡ଼ାକ୍ତରଖାନା ମଧ୍ୟ ନିଆଯାଉଛି । ସମସ୍ତେ ପାଖରେ ଥାଇ ମଧ୍ୟ ମୁଁ ଏକା ଅନୁଭବ କରୁଛି । ଅଧିକ ଶୋଇଲେ ବା କିଛି ଦିନ ନ ଶେଇଲେ ମୋ ଶରୀରରେ ଯନ୍ତ୍ରଣା ଆରମ୍ଭ ହୋଇ ଯାଉଛି । ଏଭଳି ପରିସ୍ଥିତିରେ ମୁଁ ସମସ୍ତଙ୍କ ଠାରୁ ଦୂରରେ ରହିବା ପାଇଁ ଚାହୁଁଛି । ମୋର ନିଜ କାମ,ସ୍କୁଲ ଏବଂ ସୋସିଆଲ ମିଡ଼ିଆରୁ ମୁଁ ନିଜକୁ ଦୂରେଇ ରଖିବାକୁ ଚାହୁଁଛି’ ବୋଲି ସେ ଲେଖିଛନ୍ତି।

ସମ୍ବନ୍ଧିତ ଖବର