ବିଗ୍ ବସ୍ର ଅଫରକୁ ନାଁ କହିଲେ ଜାଇରା, ମିଳିଥିଲା ଏତେ କୋଟି ଟଙ୍କାରେ ଅଫର
ମୁମ୍ବାଇ : ଦଙ୍ଗଲ ଗର୍ଲ ଜାଇରା ଓ୍ଵସିମ୍ ଏବେ ନିଜ ନିଷ୍ପତ୍ତିକୁ ନେଇ ଚର୍ଚ୍ଚାରେ ରହିଛନ୍ତି । କିଛି ଦିନ ତଳେ ସେ ଫେସ୍ବୁକ୍ରେ ନିଜ ମନର କଥା ଲେଖି ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଇସ୍ଲାମ ଧର୍ମଠାରୁ ଦୂରକୁ ଚାଲି ଯାଉଥିବାରୁ ବଲିଉଡ୍ ଛାଡ଼ୁଥିବା ନେଇ ଘୋଷଣା କରିଥିଲେ । ଜାଇରାଙ୍କ ହଠାତ ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଚମକାଇ ଦେଇଥିଲା । ଏ ନେଇ ସୋସିଆଲ ମିଡିଆରେ ମଧ୍ୟ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ବଲିଉଡ୍ ଛାଡ଼ିବା ଖବର ପରେ ଜାଇରା ବିଗ୍ ବସ୍ର ଆଗାମୀ ସିଜିନ୍ରେ ନଜର ଆସିବେ ବୋଲି ଚର୍ଚ୍ଚ ଆରମ୍ଭ ହୋଇଥିଲା । କିନ୍ତୁ ଏବେ ଜାଇରା ମିଳିଥିବା ଅଫରକୁ ବି ନାଁ କହି ଦେଇଥିବା ଜଣା ପଡ଼ିଛି । ବିଗ୍ ବସ୍-୧୩ ପାଇଁ ତାଙ୍କୁ ୧.୨କୋଟି ଟଙ୍କା ଅଫର କରାଯାଇଥିଲେ ମଧ୍ୟ ଜାଇରା ବିଗ୍ ବସ୍କୁ ଆସିବେ ନାହିଁ ବୋଲି ମନା କରି ଦେଇଛନ୍ତି । ବିଗ୍ ବସ୍ ସବୁବେଳେ ବିବାଦରେ ରହିଥିବା କଳାକାରମାନଙ୍କୁ ନିଜ ସୋ’ରେ ସୁଯୋଗ ଦେଇଥାଏ । ଏଇ କିଛି ଦିନ ମଧ୍ୟରେ ଜାଇରାଙ୍କ ନିଷ୍ପତ୍ତି ସମସ୍ତଙ୍କୁ ଦୋହଲାଇ ଦେଇଥିବା ବେଳେ ତାଙ୍କୁ ତୁରନ୍ତ ବିଗ୍ ବସ୍-୧୩ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଯାହାକୁ ଜାଇରା ମନା କରି ଦେଇଛନ୍ତି ।