ଭିଡ଼ର ଫାଇଦା ଉଠାଇ ଅଭିନେତ୍ରୀ ଜରିନ୍‌ ଖାନ୍‌ଙ୍କୁ ଅଶାଳୀନ ଭାବରେ ସ୍ପର୍ଶ କଲେ ଯୁବକ, ଚୁପ୍‌ ନ ରହି ଚାପୁଡ଼ା ମାରିଲେ ଅଭିନେତ୍ରୀ

ଔରାଙ୍ଗାବାଦ୍‌ : କିଛି ଦିନ ତଳେ ମହାରାଷ୍ଟ୍ରର ଔରାଙ୍ଗାବାଦ୍‌କୁ ଏକ ଷ୍ଟୋର ଲଞ୍ଚ କରିବା ପାଇଁ ପହଞ୍ଚିଥିଲେ ବଲିଉଡ୍‌ ଅଭିନେତ୍ରୀ ଜରିନ୍‌ ଖାନ୍‌ । ଲଞ୍ଚକୁ ଯାଇଥିବା ବେଳେ ଜରିନ୍‌ ହଠାତ୍‌ ଜଣେ ଯୁବକକୁ ଚାପୁଡ଼ା ମାରିଥିଲେ,ଯାହାକୁ ନେଇ ତୀବ୍ର ଉତ୍ତେଜନା ଦେଖାଯାଇଥିଲା । ଜରିନ୍‌ଙ୍କୁ ଦେଖିବା ପାଇଁ ଶୁକ୍ରବାର ଷ୍ଟୋର ଆଗରେ ଭିଡ଼ ଜମିଥିଲା । ଏହି ସମୟରେ ଅଧିକ ଲୋକ ଥିବା ଦେଖି ଜଣେ ଯୁବକ ଜରିନ୍‌ଙ୍କୁ ଅଶାଳୀନ ଭାବରେ ସ୍ପର୍ଶ କରିଥିଲେ । ଯୁବକଙ୍କ ଏଭଳି କାମ ଦେଖି ରାଗିଯିବା ସହ ଜରିନ୍‌ ତାଙ୍କୁ ଜୋର୍‌ରେ ଚାପୁଡ଼ା ମାରିଥିଲେ । ଏହି ସମୟର ଭିଡିଓ ସାମ୍ନାକୁ ଆସିବା ପରେ ଜରିନ୍‌ଙ୍କ ଏଭଳି ବ୍ୟବହାରକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । କିଛି ଲୋକ ତାଙ୍କୁ ଏ ନେଇ ସମାଲୋଚନା ମଧ୍ୟ କରିଥିଲେ ।

oneindia.com

ସମାଲୋଚକଙ୍କୁ  ଜରିନ୍‌ କହିଥିଲେ, ଯୁବକ ଜଣଙ୍କ ଅଧିକ ଲୋକ ଥିବା ଦେଖି ମୁଁ କାର୍‌ ପାଖକୁ ଯାଉଥିବା ବେଳେ ମୋତେ ଅଶାଳୀନ ଭାବରେ ସ୍ପର୍ଶ କରି ଚାଲିଥିଲେ । ସେଥି ପାଇଁ ଚାପୁଡ଼ା ମାରିଥିଲି । ି ଯୁବକଙ୍କୁ ମୁଁ ମୋ ହିସାବରେ ଜବାବ ଦେଇଛି, ଯାହା ପାଇଁ ମୁଁ ଖୁସି । ସେ ସମୟରେ ମୁଁ ଯାହା କରିଥିଲି,ସବୁ ଯୁବତୀଙ୍କୁ ସେଭଳି କରିବା ଦରକାର ବୋଲି କହିଥିଲେ ଜରିନ୍‌ । ଏହା ସହ ଏ ନେଇ ସେ ଯୁବକଙ୍କ ବିରୋଧରେ ଔରାଙ୍ଗାବାଦ୍‌ ପୁଲିସ ଷ୍ଟେସନରେ ଅଭିଯୋଗ ମଧ୍ୟ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର