ମୁମ୍ବାଇ: ବଲିଉଡ ଦବଙ୍ଗ ସଲମାନ ଖାନଙ୍କ ଫିଲ୍ମ 'ବୀର'ରୁ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ଜରିନ ଖାନଙ୍କ ବିରୋଧରେ ଆଜି ଗିରଫ ୱାରେଣ୍ଟ ଜାରି କରାଯାଇଛି | ଏକ ଠକେଇ ମାମଲାରେ ରବିବାର ଦିନ କୋଲକାତାର ଏକ କୋର୍ଟ ବଲିଉଡ ଅଭିନେତ୍ରୀ ଜରିନ ଖାନଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ତାଙ୍କ ବିରୋଧରେ ୨୦୧୮ରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ତଦନ୍ତକାରୀ ଅଧିକାରୀ ଅଭିନେତ୍ରୀଙ୍କ ବିରୋଧରେ କୋଲକାତାର ସିଲଦା କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିଥିଲେ। ଏହି ମାମଲାଟି ୫ ବର୍ଷ ପୁରୁଣା ଅର୍ଥାତ୍ ୨୦୧୮ର କାଳୀ ପୂଜା ସମୟର ବୋଲି କୁହାଯାଉଛି। କୋଲକାତାର ନାର୍କେଲଡଙ୍ଗାଠାରେ ଜରିନ ଖାନଙ୍କ ବିରୋଧରେ ପୁଲିସ ଅଭିଯୋଗ ଦାୟର କରାଯାଇଥିଲା।

Advertisment

ଏହା ପରେ ଜରିନ ଖାନଙ୍କ ବିରୋଧରେ ସିଅଲଦା କୋର୍ଟ ଗିରଫ ୱାରେଣ୍ଟ ଜାରି କରିଛନ୍ତି। ତେବେ ଜରିନ ଖାନ ଜାମିନ ଆବେଦନ କରିନାହାଁନ୍ତି କିମ୍ବା କୋର୍ଟରେ ହାଜର ହୋଇନାହାଁନ୍ତି। ବାରମ୍ବାର ଅନୁପସ୍ଥିତି ପରେ କୋର୍ଟ ଗିରଫ ୱାରେଣ୍ଟ ଜାରି କରିଛନ୍ତି। ଉଲ୍ଲେଖ ଥାଉ କି ଆୟୋଜକମାନେ ଅଭିନେତ୍ରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ । ଆୟୋଜକଙ୍କ କହିବାନୁସାରେ, ଜରିନ୍ ତାଙ୍କୁ ଅଣ୍ଡରୱାର୍ଲ୍ଡରେ ସମ୍ପର୍କ ଥିବା ନେଇ ମଧ୍ୟ ଧମକ ଦେଇଥିଲେ। ଉଲ୍ଲେଖ ଥାଉ କି ଯେ ଜରିନ୍ ଖାନ୍ ୨୦୧୦ ମସିହାରେ 'ବୀର' ଫିଲ୍ମ ମାଧ୍ୟମରେ ବଲିଉଡରେ ପାଦ ଥାପିଥିଲେ |