ଜରିନ୍‌ ଖାନ୍‌ଙ୍କ ବିରୋଧରେ ମକଦ୍ଦମା କରିବେ ନିର୍ମାତା !

ମୁମ୍ବାଇ : ବଲିଉଡର ହଟ୍‌ ହିରୋଇନ୍‌ ଜରିନ୍‌ ଖାନ୍‌ ଏବେ ବିବାଦ ଘେରରେ ଅଛନ୍ତି। ଏଥିପାଇଁ ତାଙ୍କ ବିରୋଧରେ ଜଣେ ପ୍ରଯୋଜକ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ସୂଚନା ମିଳିଛି। ଜରିନ୍‌ ଖାନ୍‌ ତାଙ୍କ ଅଭିନୀତ ସିନେମା ‘ଅକସର୍‌-୨’କୁ ଏକ ଅଶ୍ଳୀଳ ସିନେମା ବୋଲି କହିଥିଲେ। ସେ ଅଭିଯୋଗ କରିଥିଲେ ଯେ ଏହି ସିନେମାପାଇଁ ତାଙ୍କୁ ଅଯଥା ଛୋଟ ଛୋଟ କପଡ଼ା ପିନ୍ଧିବାକୁ କୁହାଯାଇଥିଲା। ତା’ଛଡ଼ା ଏଥିରେ ତାଙ୍କର କିସିଂ ସିନକୁ ଲମ୍ବା ବି କରି ଦିଆଯାଇଥିବାର ଅଭିଯୋଗ ଆଣିଛନ୍ତି।

ତାଙ୍କ ପ୍ରଯୋଜିତ ସିନେମା‘ଅକସର୍‌-୨’କୁ ଏକ ଅଶ୍ଳୀଳ ସିନେମା ବୋଲି ଦର୍ଶାଇବା ହେତୁ ଜରିନଙ୍କ ଉପରେ ଖପ୍ପା ହୋଇଛନ୍ତି ପ୍ରଯୋଜକ ନରେନ୍ଦ୍ର ବଜାଜ୍‌। ସେ ଏହା ପ୍ରତିବାଦରେ ଜରିନ୍‌ ଖାନ୍‌ଙ୍କ ବିରୋଧରେ ମକଦ୍ଦମା କରିବାର ମନ ବଳାଇଥିବା ଜଣାଯାଇଛି। ଏଠାରେ ସୂଚନଯୋଗ୍ୟ ଯେ ‘ଅକସର୍‌-୨’ ୨୪ ତାରିଖରେ ରିଲିଜ୍‌ ହେଉଛି।

ସମ୍ବନ୍ଧିତ ଖବର