ଜୀ-ସାର୍ଥକରେ ରବିବାର ସନ୍ଧ୍ୟାରେ ପ୍ରସାରିତ ହେବ ‘ଉଦ୍ଧାର କରିବୁ ସାତ ପୁରୁଷ’। ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ଓ ଅଜୟ ରାଉତଙ୍କ ପ୍ରଯୋଜିତ ଏହି ସିନେମାରେ ଜ୍ୟୋତି ପଣ୍ଡା, ହେଲିନା, ପ୍ରଦ୍ୟୁମ୍ନ ଲେଙ୍କା, କେଦାର ମିଶ୍ର, ରାଜଶ୍ରୀ, ଶୁଭ୍ରାଂଶୁ ଓ ବିରେନ ମିଶ୍ର ପ୍ରମୁଖଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ। ସଞ୍ଜୟ ନାୟକ ଏହାର କାହାଣୀ ଲେଖିଥିବା ବେଳେ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ।

Advertisment

ଜଣେ ଅନାଥ ଯୁବକ ମୁନାର ଜୀବନରେ ଘଟିଥିବା ରୋଚକ ଘଟଣାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି। ଜଣେ ମୃତ ଓ ଜୀବିତ କିପରି ମିଳିତ ହେଉଛନ୍ତି ତାହା ଏଥିରେ ଦେଖିବାକୁ ମିଳିବ। ଏହା କିପରି ସମ୍ଭବ ଓ କାହିଁକି ଏପରି ଘଟିଲା? ଏସବୁ ପ୍ରଶ୍ନର ଉତ୍ତର ମିଳିଛି ଫିଲ୍ମର ଶେଷରେ।