ଜୀ ସାର୍ଥକର ମେଗା ସିରିୟଲ ‘ମା ଯାହାର ସାହା’ ଏବେ ରୋଚକ ମୋଡ଼ରେ

ଜୀ ସାର୍ଥକରେ ଗତ ଜୁଲାଇ ୧୮ ତାରିଖରୁ ପ୍ରସାରିତ ମେଗା ସିରିୟଲ ‘ମା ଯାହାର ସାହା’ ଅଳ୍ପ ଦିନ ମଧ୍ୟରେ ଦର୍ଶକଙ୍କ ପ୍ରଥମ ପସନ୍ଦ ହୋଇପାରିଛି। ସୋମବାରରୁ ଶନିବାର ରାତି ୮ଟା ୩୦ରେ ପ୍ରସାରିତ ହେଉଥିବା ‘ମା ଯାହାର ସାହା’ର କାହାଣୀ ଈଶ୍ୱର ଭକ୍ତି ଓ ବିଜ୍ଞାନକୁ ନେଇ ଗତିଶୀଳ। ତେବେ ଏହି କାହାଣୀକୁ ଦର୍ଶକଙ୍କ ଆଦୃତି ମିଳିଥିବା ବେଳେ ଏବେ ଏଥିରେ ଆସିବାକୁ ଯାଉଛି ନୂଆମୋଡ଼। ଯାହା ଦର୍ଶକଙ୍କୁ ଆହୁରି ରୋମାଞ୍ଚ ଭରିଦେବ ବୋଲି ଜୀସାର୍ଥକ ପକ୍ଷରୁ କୁହାଯାଇଛି। ଜଣେ ମହାଦେବଙ୍କ ଅଂଶ। ଆଉ ଜଣେ ମହାକାଳୀଙ୍କ ଅଂଶରୁ ଜାତ। ଶିବ ଆଉ ପାର୍ବତୀ ଦୁହେଁ ପରସ୍ପର ପାଇଁ ଅଜଣା। ଜଣେ ମା କାଳୀଙ୍କର ଭକ୍ତ ଆଉ ଜଣେ ବିଜ୍ଞାନର। ଡା ଶିବପ୍ରସାଦ ତ୍ରିପାଠୀ ଜଣେ ସୁନାମଧନ୍ୟ ଡାକ୍ତର ଅନ୍ୟପଟେ ପାର୍ବତୀ ନିପଟ ଗାଉଁଲି ଝିଅ। ସଂଯୋଗବଶତଃ ଶିବ ପାର୍ବତୀ ଦୁହେଁ ନିକଟତର ହୋଇ ଉଭୟଙ୍କ ଭିତରେ ସୃଷ୍ଟି ହୋଇଛି ସମ୍ପର୍କ। କିନ୍ତୁ ଏହାରି ଭିତରେ ସେମାନଙ୍କ ସମ୍ପର୍କ ମଧ୍ୟକୁ ପଶି ଆସିଛନ୍ତି ଗାଁ ସରପଞ୍ଚ ସନାତନ। ସମ୍ପର୍କର ରାସ୍ତାରେ ସରପଞ୍ଚ ବାଧା ଦେବାରେ ସଫଳ ହେଉଛି କି ନାହିଁ ତାକୁ ନେଇ କାହାଣୀଟି ଆଗକୁ ବଢ଼ୁଛି।

ଗୋଟିଏ ପଟେ ପାର୍ବତୀ ସାମ୍ନାରେ ତା ପରିବାରର ଇଜ୍ଜତ ଆଉ ଗୋଟିଏ ପଟେ ଡା ଶିବପ୍ରସାଦ। କାହାର ହେବ ପାର୍ବତୀ ? ଶିବ ଓ ପାର୍ବତୀଙ୍କ ମିଳନ ପାଇଁ ଆଗକୁ କ’ଣ ସବୁ ଘଟୁଛି ତାହା କାହାଣୀରେ ଅତି ଚମତ୍କାର ଭାବେ ଚିତ୍ରଣ କରାଯାଇଛି। ପାର୍ବତୀ ଭୂମିକାରେ ଅଭିନେତ୍ରୀ ଜସ୍ମିନ ରଥ ଅଭିନୟ କରିଥିବା ବେଳେ ଡା ଶିବପ୍ରସାଦ ଭୂମିକାରେ ନଜର ଆସିଛନ୍ତି ଆଲୋକ। ଅନ୍ୟମାନଙ୍କ ମଧ୍ୟରେ ଶକ୍ତିପ୍ରସାଦ ଭୂମିକାରେ ବିରେନ ମିତ୍ର, ଶୈଳଭାମା ଭୂମିକାରେ ଛନ୍ଦିତା ପାଢ଼ୀ ପ୍ରମୁଖ ଅଭିନୟ କରିଛନ୍ତି।

ସମ୍ବନ୍ଧିତ ଖବର