ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାନ୍ ଏବେ ଜି ଟିଭିରେ ପ୍ରସାରିତ ହେଉଥିବା ରିୟାଲିଟି ସୋ’ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସିଜିନ-୭ରେ ନଜର ଆସୁଛନ୍ତି । ପ୍ରଥମ କରି ଜଜ୍ ଭାବେ କରୀନା ଦାୟିତ୍ୱ ତୁଲାଉଥିବା ବେଳେ ଏଥି ପାଇଁ ତାଙ୍କୁ ମୋଟା ଅଙ୍କର ଟଙ୍କା ମଧ୍ୟ ମିଳୁଥିବା ଜଣା ପଡ଼ିଛି । ପ୍ରତିଟି ଅଧ୍ୟାୟ ପାଇଁ ତାଙ୍କୁ ୩କୋଟି ଟଙ୍କା ମିଳୁଥିବା ବେଳେ ସେ ଟିଭିରେ ସବୁଠାରୁ ଅଧିକ ଆୟ କରୁଥିବା ଅଭିନେତ୍ରୀ ବନି ଯାଇଛନ୍ତି ।
/sambad/media/post_attachments/wp-content/uploads/2019/07/a-18-300x249.jpg)
ଏତେ ଟଙ୍କା ମିଳୁଥିବା ନେଇ ତାଙ୍କୁ ପ୍ରଶ୍ନ କରାଯିବା ପରେ, ମୋତେ ସେତିକି ଟଙ୍କା ମିଳୁଛି, ଯେତିକି ଟଙ୍କା ପାଇଁ ମୁଁ ହକ୍ଦାର ବୋଲି କହିଥିଲେ କରୀନା । ଏହା ସହ ଛୋଟ ପରଦାରେ କାମ କରୁଥିବା କଳାକାରମାନଙ୍କୁ ଅଧିକ ଟଙ୍କା ଦିଆଯିବା ଦରକାର ବୋଲି କରୀନା କହିଥିଲେ । ଏହି ସୋ’ରେ କରୀନାଙ୍କ ସମେତ ର୍ୟାପର ରଫ୍ତାର ଏବଂ ବସ୍କୋ ମାର୍ଟିସ ମଧ୍ୟ ନଜର ଆସୁଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/a-17.jpg)