ମୁମ୍ବାଇ: ଆଜି ହେଉଛି ବଲିଉଡର ସତୁରି ଏବଂ ଅଶୀ ଦଶକର ଲୋକପ୍ରିୟ ନାୟିକା ଜୀନତ ଅମାନଙ୍କ ଜନ୍ମଦିନ। ସେ ୧୯୫୧ ମସିହା ନଭେମ୍ବର ୧୯ ତାରିଖରେ ଜନ୍ମ ହୋଇଥିଲେ। ନାୟିକାଭାବେ ଜୀନତ ଅମାନ୍ଙ୍କୁୁ ବ୍ରେକ୍ ଦେଇଥିଲେ ଦାଦା ସାହେବ ଫାଲକେ ପୁରସ୍କାର ବିଜେତା ଦେବ ଆନନ୍ଦ। ହଁ
ଦେବ ଆନନ୍ଦ ତାଙ୍କ ସୁପରହିଟ୍ ଫିଲ୍ମ‘ହରେ ରାମା ହରେ କ୍ରିଷ୍ଣା’ରେ ଜୀନତ ଅମାନ୍ଙ୍କୁ ବ୍ରେକ୍ ଦେଇଥିଲେ। ଜୀନତଙ୍କ ସେକ୍ସି ଅଦା ମଧ୍ୟ ଦେବ ଆନନ୍ଦଙ୍କୁ ମୋହିତ କରିଥିଲା। କୁହାଯାଏ ଯେ ଏହି ଫିଲ୍ମର ସୁଟିଂ ସମୟରେ ଦେବ ଆନନ୍ଦ ଅନୁଭବ କଲେ ଯେ,ସେ ଜୀନତଙ୍କ ପ୍ରେମରେ ପଡ଼ିଯାଇଛନ୍ତି। ଜୀନତ ଅମାନ୍ଙ୍କ ପ୍ରତିଟି କଥାରେ ପ୍ରଭାବିତ ହେଉଥିଲେ ଦେବ ଆନନ୍ଦ। ଦେବ ଆନନ୍ଦ ଥରେ ଜୀନତ ଅମାନ୍ଙ୍କୁ ପ୍ରେମ ନିବେଦନ କରିବାର ନିଷ୍ପତ୍ତି ନେଇଥିଲେ। ଦେବ ସାହେବ୍ ଭାବିଲେ କି ହୋଟେଲ୍ ତାଜ୍ରେ ସେ ଜୀନତ ଅମାନ୍ଙ୍କୁ ନିଜର ମନ କଥା ଖୋଲିକରିି କହିଦେବେ । ହେଟେଲ୍ ତାଜ୍କୁ ଦେବ ଓ ଜୀନତ ନିୟମିତ ଭାବେ ଡିନର ପାଇଁ ଯାଇଥା’ନ୍ତି। ଜୀନତଙ୍କୁ ପ୍ରପୋଜ୍ କରିବା ଲାଗି ଦେବ ଆନନ୍ଦ ସେଠାରେ ଛୋଟ ପାର୍ଟି ରଖିଥିଲେ। ସେହି ପାର୍ଟିକୁ ସେ ନିଜର ଘନିଷ୍ଠ ବନ୍ଧୁ ଓ ଜୀନତ ଅମାନଙ୍କୁ ନିମନ୍ତ୍ରଣ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସେହି ପାର୍ଟିରେ ଦେବ ଆନନ୍ଦ ଦେଖିଲେ କି ଜୀନତ୍ ଅମାନଙ୍କୁ ସୋ ମ୍ୟାନ୍ ରାଜ କପୁର ନିଜ ବାହୁବନ୍ଧନରେ ରଖିଥିଲେ। ଜୀନତ ବି ରାଜ କପୁରଙ୍କର ସାଥ୍ ଦେଉଥିଲେ। ଏହି ଦୃଶ୍ୟ ଦେଖିବାପରେ ଦେବ ଆନନ୍ଦ ପାର୍ଟି ଛାଡି ଚାଲିଯାଇଥିଲେ ଓ ତା’ପରେ କେବେ ବି ଜୀନତ ଅମାନଙ୍କ କଥା ଭାବିଲେନି। ଦେବ ଆନନ୍ଦ ଜୀନତଙ୍କୁ ପ୍ରେମ ନିବେଦନ ବି କରିପାରି ନଥିଲେ।