ଜୀନତ ଅମାନ୍‌ଙ୍କ ସହିତ ଦୁଷ୍କର୍ମ ଦୃଶ୍ୟରେ ଅଭିନୟ କରିବାକୁ ଡରୁଥିଲେ ରାଜ ବବର୍‌ !

ମୁମ୍ବାଇ: ଆଜି ହେଉଛି ବଲିଉଡର ପ୍ରଖ୍ୟାତ ଅଭିନେତା ରାଜ୍‌ ବବରଙ୍କ ଜନ୍ମ ଦିନ। ସେ ୧୯୫୨ ମସିହା ଜୁନ୍‌ ୨୩ ତାରିଖରେ ଜନ୍ମ ହୋଇଥିଲେ। ତାଙ୍କର ୪୧ ବର୍ଷର କ୍ୟାରିଅର୍‌ ଭିତରେ ଅନେକ ପ୍ରକାରର ଭୂମିକା ନିଭାଇଛନ୍ତି। ରାଜ୍‌ ବାବର ଅନେକ ସିନେମାରେ ଖଳନାୟକ ଭୂମିକା ବି ନିଭାଇଛନ୍ତି। ସେ ୧୫୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି।

ରାଜ୍‌ ବବରଙ୍କୁ ଷ୍ଟାର୍‌ ବନାଇଥିବା ସିନେମା ହେଲା ‘ଇନ୍‌ସାଫ୍‌କା ତରାଜୁ’। ଏହି ଫିଲ୍ମର ସୁଟିଂ ସମୟରେ ଖୁବ୍‌ ନର୍ଭସ ଫିଲ୍‌ କରୁଥିଲେ ରାଜ୍‌ ବାବର। ଏହି ସିନେମାରେ ତାଙ୍କୁ ସେ ସମୟର ଲୋକପ୍ରିୟ ନାୟିକା ଜୀନତ ଅମାନ୍‌ଙ୍କ ସହିତ ଦୁଷ୍କର୍ମ ଦୃଶ୍ୟରେ ଅଭିନୟ କରିବାକୁ ପଡ଼ିଥିଲା।
ଏହିରେ ସିନ୍‌ କରିବା ପୂର୍ବରୁ ରାଜ୍‌ ବାବରଙ୍କ ମନରେ ଖୁବ୍‌ ଡର ଥିଲା ଯେ କା’ଳେ ଜୀନତ୍‌ ଅମାନ୍‌ ରାଗିଯିବେ। କାରଣ ଏହି ଦୃଶ୍ୟରେ ତାଙ୍କୁ ଜୀନତ ଅମାନ୍‌ଙ୍କୁ ରେପ୍‌ କରିବା ପୂର୍ବରୁ ଉଭୟଙ୍କ ଭିତରେ ହାତାହାତି ହେବାକୁ ପଡ଼ିବ। ଏହି କଥା ଭାବିବା ବେଳକୁ ତାଙ୍କ ଦେହରୁ ଝାଳ ବାହାରିବାରେ ଲାଗିଥିଲା।

photo-india today

ଜୀନତ୍‌ ଅମାନ୍‌ ରାଜ୍‌ ବବରଙ୍କ ଅବସ୍ଥା ଦେଖି ଜାଣି ପାରିଥିଲେ ସେ ନର୍ଭସ୍‌ ଅଛନ୍ତି। ଏଣୁ ସେ ରା ଙ୍କୁ ବୁଝାଇ ସିନ୍‌ର ରିହର୍ସାଲ କରିଥିଲେ। ତା’ପରେ ଟେକ୍‌ ନିଆଗଲା। ନିର୍ଦ୍ଦେଶକ ଗୋଟିଏ ଟେକ୍‌ରେ ସିନ୍‌ଟିକୁ ଓ.କେ କରିବାପରେ ରାଜ ବବରଙ୍କର ପ୍ରଶଂସା ମଧ୍ୟ କରିଥିଲେ ।

ସମ୍ବନ୍ଧିତ ଖବର