ରିଲିଜ ହେଲା ‘ଜିନ୍ଦେଗି’ ଗୀତ

ମୁମ୍ବାଇ: ଆଗାମୀ ଫ୍ୟାମିଲି ଡ୍ରାମା ଫିଲ୍ମ ‘ଦ ସ୍କାଏ ଇଜ୍ ପିଙ୍କ୍’ର ଆଉ ଏକ ଗୀତ ରିଲିଜ୍ ହୋଇଛି । ଫିଲ୍ମର ମୁଖ୍ୟ ନାୟିକା ପ୍ରିୟଙ୍କା ଚୋପ୍ରା, ଫରହାନ୍ ଅଖତର୍, ଜାଇରା ୱସିମ୍ ଏବଂ ରୋହିତ୍ ସରଫଙ୍କୁ ଏହି ଗୀତରେ ଦେଖିବାକୁ ମିଳିଛି | ଦୁଃଖ ଟ୍ରାକକୁ ନେଇ ଏହି ଗୀତକୁ ଦୃଶ୍ୟୟନ କରାଯାଇଛି । ଏହି ସିନେମା ଜରିଆରେ ଅନେକ ଦିନ ପରେ ବଲିଉଡ୍ ପରଦାକୁ ଫେରୁଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ।


ଦ୍ୱିତୀୟ ଥର ପାଇଁ ଫରହାନଙ୍କ ସହ ତାଙ୍କ ରୋମାନ୍ସ ଏହି ସିନେମାରେ ଦେଖିବାକୁ ମିଳିବ | ରିଲିଜ୍ ହୋଇଥିବା ଏହି ଗୀତରେ ଶୁଣିବାକୁ ମିଳିଛି ଅରିଜିତ ସିଂଙ୍କ ଗାୟିକୀ । ଏହି ରୋମାଣ୍ଟିକ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ପ୍ରିତମ୍, ଏହି ଗୀତକୁ ଲେଖିଛନ୍ତି ଗୁଲଜାର ।

ସିଦ୍ଧାର୍ଥ ରୟ କପୁର୍ ଓ ରୋନି ସ୍କୃୱାଲାଙ୍କ ପ୍ରଯୋଜନାରେ ରିଲିଜ୍ ହେବାକୁ ଥିବା ଏହି ସିନେମାର ନିର୍ଦ୍ଦେଶନା ସୋନାଲି ବୋଷ ଦେଇଛନ୍ତି । ଏଠାରେ ସୂଚନା ଥାଉ କି ଫିଲ୍ମଟି ଆସନ୍ତାକାଲି ରିଲିଜ ହେବ |

ସମ୍ବନ୍ଧିତ ଖବର