ଜିଭା ହେବେ ଭବିଷ୍ୟତର ମହିଳା କ୍ରିକେଟ୍ ଦଳର ଅଧିନାୟିକା!

ସାମାଜିକ ଗଣମାଧ୍ୟମରେ ଭବିଷ୍ୟତର ମହିଳା କ୍ରିକେଟ୍ ଦଳକୁ ନେଇ ଏକ ପୋଷ୍ଟ୍ ଏବେ ଭାଇରାଲ୍ ହେଉଛି। ଭାରତୀୟ କ୍ରିକେଟ୍ ଦଳର କିଛି ପୂର୍ବତନ ଓ ବର୍ତ୍ତମାନ ଖେଳାଳିଙ୍କ ଝିଅ ଜନ୍ମ ହେବାକୁ ନେଇ ଏହି ପୋଷ୍ଟ୍‌ ତିଆରି ହୋଇଛି। ପୋଷ୍ଟ୍‌ରେ ରାଇନା, ଗମ୍ଭୀର, ରୋହିତ୍, ସାମି, ଅଶ୍ବିନୀ, ରାହାଣେ, ଜାଡେଜା, ପୂଜାରା, ଶାହା, ଭଜି, ନଟରାଜନ୍, ଉମେଶ ଯାଦବ ଓ ବର୍ତ୍ତମାନ ବିରାଟ କୋହଲିଙ୍କ ଝିଅ ହେଇଛି ବୋଲି ଉଲ୍ଲେଖ କରାଯାଇଛି। ଏହି ପୋଷ୍ଟକୁ ଅମିତାଭ୍ ବଚ୍ଚନ ସେୟାର କରି ଉପରେ ଧୋନିଙ୍କ ଝିଅକୁ ଦଳର ଅଧିନାୟିକା ଭାବେ ଦେଖିବାକୁ ମିଳିବ କି ବୋଲି ପ୍ରଶ୍ନ କରିଛନ୍ତି। ତେବେ ଅନେକ ୟୁଜର୍ସ ଏହି ପୋଷ୍ଟକୁ ନାପସନ୍ଦ କରି ଭଦ୍ରଲୋକଙ୍କ ଖେଳରେ ନେପୋଟିଜିମ୍ ନ ଭରିବା ପାଇଁ କହିଛନ୍ତି।

ସମ୍ବନ୍ଧିତ ଖବର