ନୂଆଦିଲ୍ଲୀ: ବିବାହ ଓ ହନିମୁନ୍ ସାରି ଶେଷରେ ଦେଶକୁ ଫେରି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ତାଙ୍କ ବିବାହ ଭୋଜି ଦିଲ୍ଲୀର ତାଜ ହୋଟେଲରେ ଆୟୋଜିତ କରିଥିଲେ। ଏହି ଭୋଜିରେ ଅନୁଷ୍କା ଓ ବିରାଟ ସେମାନଙ୍କ ସର୍ମ୍ପକୀୟ ଏବଂ ପରିଚିତମାନଙ୍କୁ ଉପସ୍ଥିତ ରହିବାକୁ ନିମନ୍ତ୍ରିତ କରିଥିଲେ।
ବିରୁଷ୍କାଙ୍କ ଭୋଜିରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ଭୋଜିରେ ବିରୁଷ୍କାଙ୍କୁ ଭେଟି ତାଙ୍କ ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣେଇବା ସହିତ ସେ ଦୁହିଁଙ୍କୁ ଦୁଇଟି ଗୋଲାପ ଫୁଲ୍ ଅର୍ପଣ କରିଥିବାର ଦେଖିବାକୁ ମିଳିଥିଲା।
ତେବେ ବିରୁଷ୍କାଙ୍କ ବିବାହ ଭୋଜିରେ ଆଉ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା କି ଅନୁଷ୍କାଙ୍କ କୋଳରେ ଶିଶୁଟିଏ ଶୋଇଛି। ସମ୍ପ୍ରତି ଏହି ଦୃଶ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି। ତେବେ ଆସନ୍ତୁ ଜାଣିବା ନିଜ ବିବାହ ଭୋଜିରେ ଅନୁଷ୍କା ଯେଉଁ ଶିଶୁ ପୁତ୍ରଟିକୁ ଧରିଛନ୍ତି ସେ କିଏ?
ବିରାଟଙ୍କ ବିବାହ ଭୋଜିରେ ବ୍ୟାଟସ୍ମ୍ୟାନ୍ ଶିଖର ଧାଓ୍ଵନ୍ ତାଙ୍କ ପୁରା ପରିବା ସହିତ ଉପସ୍ଥିତ ଥିଲେ। ଅନୁଷ୍କାଙ୍କ କୋଳରେ ଶେଖର ଧାଓ୍ଵନ୍ଙ୍କ ପୁଅ ଜୋରାଭର୍ ଧାଓ୍ଵନ୍ ଶୋଇଥିବାର ଏକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋକୁ ଶିଖରଙ୍କ ପତ୍ନୀ ଆୟଶା ଉଠାଇଥିଲେ। ତେବେ ଆୟଶା ଏହି ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଲୋକମାନେ ଅନୁଷ୍କାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି। ଆୟଶା ଓ ଅନୁଷ୍କା ଦୁହେଁ ଶେଖର ଓ ବିରାଟଙ୍କ ଭଳି ଭଲ ସାଙ୍ଗ।
ଆାୟଶା ଯେଉଁ ଫଟୋ ସେୟାର କରିଛନ୍ତି ସେଥିରେ ଅନୁଷ୍କା ଏକ ସୋଫାରେ ବସି ଜୋରାଭରକୁ କୋଳରେ ଧରିଥିବାର ନଜର ଆସୁଛନ୍ତି। ଶିଖରଙ୍କ ବ୍ୟତୀତ ବିରୁଷ୍କାଙ୍କ ବିବାହ ଭୋଜିରେ କ୍ରିକେଟର ସୁରେଶ ରୈନ ବି ଏହି ପାର୍ଟିରେ ନଜର ଆସିଥିଲେ। ସେ ବି ବିବାହ ଭୋଜିର କେତେକ ଦୃଶ୍ୟକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି।