ନୂଆଦିଲ୍ଲୀ: ଜୁବିନ ଗର୍ଗ ସିଙ୍ଗାପୁରର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ଏକ ଦୁଃଖଦ ଘଟଣା ସାମ୍ନା ଆସିଥିଲା। ସ୍କୁବା ଡାଇଭିଂ କରୁଥିବା ବେଳେ ଜୁବିନଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ତୁରନ୍ତ ସିପିଆର୍ ଦିଆଯାଇଥିଲା। ଏହାପରେ ତାଙ୍କୁ ସିଙ୍ଗାପୁରର ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଆଇସିୟୁରେ ଥିବା ସମୟରେ ଡାକ୍ତର ଜୁବିନ ଗର୍ଗଙ୍କୁ ବଞ୍ଚାଇବା ପାଇଁ ଶତ ଚେଷ୍ଟା କରିଥିଲେ। କିନ୍ତୁ ଅସଫଳ ହୋଇଥିଲେ। ଶେଷରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଗତ ଶନିବାର ଏକ ରିପୋର୍ଟରୁ ପ୍ରକାଶ ପାଇଛି କି ଜୁବିନ ଗର୍ଗଙ୍କ ବ୍ୟବଚ୍ଛେଦ ରିପୋର୍ଟ ଯେତେବେଳେ ଅଧିକାରୀମାନେ ପତ୍ନୀ ଗରିମାଙ୍କୁ ଦେଇଥିଲେ ସେ ଏହାକୁ ଅସ୍ବୀକାର କରିଥିଲେ। ଗରିମା ସ୍ବାମୀଙ୍କ ବ୍ୟବଚ୍ଛେଦ ରିପୋର୍ଟ ପୁଲିସ ଅଧିକାରୀଙ୍କୁ ଫେରାଇ ଦେଇଥିଲେ।
ରିପୋର୍ଟ ଫେରାଇବା ଘଟଣାକୁ ନେଇ ଗରିମା କହିଛନ୍ତି, ‘ଏହା ମୋର ବ୍ୟକ୍ତିଗତ ଦସ୍ତାବଜି ନୁହେଁ। ଏହାକୁ ସାର୍ବଜନୀକ କରିଯିବ କି ନଯିବ ତାହା ସମ୍ପୂର୍ଣ୍ଣ ଭାବେ ଯାଞ୍ଚ ଅଧିକାରୀଙ୍କ ହାତରେ ରହିଛି। ମୁଁ ଜାଣିଛି ମୋ ସ୍ବାମୀଙ୍କ ମୃତ୍ୟୁ ଘଟଣାର ଠିକ ଭାବେ ତଦନ୍ତ କରାଯାଉଛି।’