ନୂଆଦିଲ୍ଳୀ: ସିଙ୍ଗାପୁରରେ ଲୋକପ୍ରିୟ ଆସାମୀ ଗାୟକ ଜୁବିନ୍ ଗର୍ଗଙ୍କ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାର ଦୁଃଖଦ ଖବର ସାମ୍ନାକୁ ଆସିଛି।
ରିପୋର୍ଟ ଅନୁସାରେ, ସ୍କୁବା ଡାଇଭିଂ ଦୁର୍ଘଟଣାରେ ଜୁବିନ ଗର୍ଗଙ୍କ ମୃତ୍ୟୁ ପରେ ସିଙ୍ଗାପୁର ପୁଲିସ ଉଦ୍ଧାର ପରେ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗାୟକ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।
ଜୁବିନ ଉତ୍ତର-ପୂର୍ବ ମହୋତ୍ସବରେ ଯୋଗଦେବା ପାଇଁ ସିଙ୍ଗାପୁର ଯାଇଥିଲେ। ଏହି ଗସ୍ତ ସମୟରେ ଗାୟକ ତାଙ୍କ ଫ୍ୟାନ୍ସମାନଙ୍କ ପାଇଁ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଥିଲେ। ଏହି ପୋଷ୍ଟରେ ଜୁବିନ ଗର୍ଗ ଉଲ୍ଲେଖ କରି ଲେଖିଥିଲେ, ‘"ସିଙ୍ଗାପୁରର ବନ୍ଧୁଗଣ, ମୁଁ ଆପଣଙ୍କୁ ସେପ୍ଟେମ୍ବର ୨୦ ଏବଂ ୨୧ ତାରିଖରେ ସିଙ୍ଗାପୁରର ସନଟେକରେ ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ଉତ୍ତର-ପୂର୍ବ ଭାରତ ମହୋତ୍ସବକୁ ନିମନ୍ତ୍ରଣ କରିବାକୁ ଚାହୁଁଛି।
ଆସନ୍ତୁ ଏବଂ ଭାରତର ଏକ ଅନନ୍ୟ ଦିଗକୁ ଦେଖନ୍ତୁ। ଆମେ ଆପଣଙ୍କ ପାଇଁ କୃଷି, ହସ୍ତଶିଳ୍ପ ଉତ୍ପାଦ, ଚା ଅଭିଜ୍ଞତା, ନୃତ୍ୟ, ଫ୍ୟାଶନ୍ ଶୋ ଏବଂ ଭାରତର ଉତ୍ତର-ପୂର୍ବରୁ ରକ୍ ବ୍ୟାଣ୍ଡ ଏବଂ ରାପର୍ମାନଙ୍କୁ ନେଇ ସନ୍ଧ୍ୟାର କନସର୍ଟ ଆଣିଛୁ। ମୁଁ ସମଗ୍ର ମହୋତ୍ସବରେ ଏକ ସାଂସ୍କୃତିକ ବ୍ରାଣ୍ଡ ଆମ୍ବାସାଡର ଭାବରେ ଉପସ୍ଥିତ ରହିବି ଏବଂ ୨୦ ତାରିଖ ସନ୍ଧ୍ୟାରେ ମୁଁ ଆପଣମାନଙ୍କୁ ଲୋକପ୍ରିୟ ହିନ୍ଦୀ, ବଙ୍ଗଳା ଏବଂ ଆସାମୀ ଗୀତ ସହିତ ମନୋରଞ୍ଜନ କରିବି। ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି। ଶନିବାର ଏବଂ ରବିବାର ହେବାକୁ ଥିବା ଏହି କାୁର୍ଯ୍ୟକ୍ରମରେ ପ୍ରବେଶ ସମ୍ପୂର୍ଣ୍ଣ ଭାବେ ମାଗଣା। ଆସନ୍ତୁ ଏବଂ ଆମକୁ ସମର୍ଥନ କରନ୍ତୁ, ଚିଅର୍ସ!"