ନୂଆଦିଲ୍ଳୀ: ସିଙ୍ଗାପୁରରେ ଲୋକପ୍ରିୟ ଆସାମୀ ଗାୟକ ଜୁବିନ୍‌ ଗର୍ଗ ସ୍କୁବା ଡାଇଭିଂ ସମୟରେ ଷ୍ଟୋକର ଶିକାର ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ ପାଇଥିଲା।

Advertisment

ଶନିବାର ଜୁବିନ୍‌ ଗର୍ଗଙ୍କ ପୋଷ୍ଟମର୍ଟମ କରାଯାଇଥିଲା। ଗାୟକଙ୍କ ମୃତ୍ୟୁପରେ ଆସାମ ସରକାର ସେପ୍ଟେମ୍ବର ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ରାଜ୍ୟ ଶୋକ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ଜୁବିନ ଗର୍ଗଙ୍କ ମର ଶରୀର ରବିବାର ସକାଳ ୯:୦୦ ରୁ ସନ୍ଧ୍ୟା ୭:୦୦ ପର୍ଯ୍ୟନ୍ତ ଅର୍ଜୁନ ଭୋଗେଶ୍ୱର ବରୁଆ ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ରଖାଯିବ।

ଏଭଳି ଦୁଃଖ ସମୟରେ ଜୁବିନ ଗର୍ଗଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରାଯାଇଛି। ଯେଉଁଥିରେ ଗାୟକଙ୍କ ପତ୍ନୀ ଗରିମା ଗର୍ଗ ତାଙ୍କ ସ୍ୱାମୀଙ୍କ ଅନ୍ତିମ ସଂସ୍କାର ସମୟରେ ପ୍ରଶଂସକମାନଙ୍କୁ ହାତ ଯୋଡି ଶାନ୍ତି ପାଇଁ ନିବେଦନ କରିଛନ୍ତି। 

ପ୍ରଶଂସକମାନଙ୍କୁ ସେମାନଙ୍କର ସମର୍ଥନ ପାଇଁ ଧନ୍ୟବାଦ ଜଣାଇ ଗରିମା କହିଛନ୍ତି, "ମୁଁ ସମସ୍ତଙ୍କୁ ଏକାଠି ହେବାକୁ ଅନୁରୋଧ କରୁଛି। ଜୁବିନ ଯେତେବେଳେ ଆମ ସହିତ ଥିଲେ, ଆପଣମାନେ ସମସ୍ତେ ତାଙ୍କୁ ଆଶୀର୍ବାଦ ଓ ଭଲ ପାଇବା ଦେଇଥିଲେ। ମୁଁ ଆଶା କରୁଛି ତାଙ୍କ ଅନ୍ତିମ ସଂସ୍କାର ଶାନ୍ତିପୂର୍ଣ୍ଣ ଭାବେ ସମ୍ପର୍ଣ୍ଣ ହେଉ। ମୁଁ ଜାଣିଛି ଆପଣମାନେ ନିଶ୍ଚିତ ଭାବେ ମୋ ଅନୁରୋଧ ରକ୍ଷା କରିବେ। ଏହି ସମୟରେ ପୁଲିସ ଏବଂ ରାଜ୍ୟ କର୍ତ୍ତୃପକ୍ଷ ଆମ ସହିତ ପୂର୍ଣ୍ଣ ସହଯୋଗ କରୁଛନ୍ତି।"

ଅନ୍ୟପକ୍ଷରେ ଜୁବିନଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ସମ୍ପର୍କରେ ଜୁବିନ କହିଛନ୍ତି, "ସିଦ୍ଧାର୍ଥ ଆରମ୍ଭରୁ ଜୁବିନଙ୍କ ଭାଇ ପରି ଅଛନ୍ତି। ଆପଣମାନେ ସମସ୍ତେ ଜାଣିଥିବେ ୨୦୨୦ରେ, ଯେତେବେଳେ ଜୁବିନଙ୍କୁ ଗୁରୁତର ଷ୍ଟ୍ରୋକ ହୋଇଥିଲା, ଆମେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ମୁମ୍ବାଇ ନେଇ ଯାଇଥିଲୁ। ଲକଡାଉନ ସମୟରେ ଥିବାରୁ ସବୁକିଛି ବନ୍ଦ ଥିଲା, ସିଦ୍ଧାର୍ଥ ହିଁ ଆମ ପାଇଁ ଖାଦ୍ୟ ଏବଂ ପାନୀୟର ବ୍ୟବସ୍ଥା କରିଥିଲେ ଏବଂ ଜୁବିନଙ୍କୁ ବସ୍ ଯୋଗେ ମୁମ୍ବାଇରୁ ଫେରାଇ ଆଣିଥିଲେ।

କେହିଯଦି ସିଦ୍ଧାର୍ଥଙ୍କୁ ସମାଲୋଚନା କରନ୍ତି ଜୁବିନ ସର୍ବଦା ତାଙ୍କ ସହିତ ଠିଆ ହେଉଥିଲେ। ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ସିଦ୍ଧାର୍ଥଙ୍କୁ ଜୁବିନଙ୍କ ଶେଷ ଯାତ୍ରାର ଅଂଶ ହେବାକୁ ଦିଅନ୍ତୁ। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ସିଦ୍ଧାର୍ଥଙ୍କ ପ୍ରତି ନକାରାତ୍ମକ ଭାବନାକୁ ତ୍ୟାଗ କରନ୍ତୁ।’