ମୁମ୍ବାଇ: ନାନା ପଟେକର୍ ଓ ତନୁଶ୍ରୀ ଦତ୍ତାଙ୍କ ମାମଲା ଏଯାଏଁ ଥଣ୍ଡା ପଡ଼ିନି। ଏ ନେଇ ନୂଆ ନୂଆ ବିବାଦ ଦେଖାଦେଉଛି। ଏହି ସମୟରେ ଜଣେ ଜଣାଶୁଣା କମେଡ଼ିଆନ୍ଙ୍କ ନାଆଁରେ ଯୌନ ଶୋଷଣର ଅଭିଯୋଗ ଆସିଛି । କମେଡିଆନ୍ ଓ ୟୁଟ୍ୟୁବ୍ର ଉତ୍ସବ ଚକ୍ରବର୍ତ୍ତୀଙ୍କ ବିରୋଧରେ କେତେକ ନାବାଳିକା ଓ ମହିଳା ଏଭଳି ଅଭିଯୋଗ ଆଣିଛନ୍ତି। ଉତ୍ସବ ଏଆଇବିର କେତେକ ଭିଡ଼ିଓରେ ନଜର ଆସିଛନ୍ତି। ଏହି ଯୌନ ଶୋଷଣ ଅଭିଯୋଗର ଖୁଲାସା କରିଛନ୍ତି ଲେଖିକା ଓ କମେଡିଆନ୍ ମହିମା କୁକ୍ରେଜା।
ମହିମା ଏ ସଂପର୍କରେ ଟୁଇଟ କରି ସୂଚନା ଦେଇଛନ୍ତି ଯେ ଉତ୍ସବଙ୍କ ଉପରେ ଟୁଇଟର୍ ଜରିଆରେ କେତେକ ମହିଳା ଓ ନାବାଳିକା ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି। ସେ ଜଣେ ନାବାଳିକାଙ୍କର ଏଭଳି ଟୁଇଟ୍ ପଢ଼ିବା ପରେ ନିଜକୁ ସମ୍ଭାଳି ନ ପାରି ବୋଲି ଲେଖିଛନ୍ତି।
ମହିମା କୁକରେଜ୍ ଉତ୍ସବଙ୍କୁ ଟୁଇଟ୍ କରି ଲେଖିଛନ୍ତି, ‘ଉତ୍ସବ,ତମେ କେତେ ଝିଅଙ୍କର ଯୌନ ଶୋଷଣ କରିଛ। ମୋତେ ଏହି ମେସେଜ୍ ଜଣେ ଯୁବତୀ ପଠାଇଛନ୍ତି, ଯାହାଙ୍କୁ ମୁଁ ଜାଣେ। ମହିମା ସେହି ଯୁବତୀଙ୍କ ଦ୍ୱାରା ପଠାଇଥିବା ମେସେଜ୍ର କେତେକ ସ୍କ୍ରିନ୍ସଟ୍ ମଧ୍ୟ ସେଆର୍ କରିଛନ୍ତି। ସେହି ଯୁବତୀ ଜଣଙ୍କୁ ଉତ୍ସବ ବିନା କପଡ଼ାରେ ନିଜ ଫଟୋ ପଠାଇବା ଲାଗି ମେସେଜ୍ କରିଥିଲେ। ଏକ ବର୍ଷ ପରେ ପୁଣି ଉତ୍ସବ ତାଙ୍କ ସହ ଯୋଗାଯୋଗ କରିଥିଲେ ବୋଲି ଉକ୍ତ ଯୁବତୀ ଜଣକ କହିଥିଲେ।
ମହିମା ଜଣେ ୧୭ ବର୍ଷୀୟା ଯୁବତୀଙ୍କ ମେସେଜ ମଧ୍ୟ ସେଆର୍ କରିଛନ୍ତି। ଯାହାଙ୍କଠାରୁ ଉତ୍ସବ ସେହିଭଳି ଦାବି ମଧ୍ୟ କରିଥିଲେ।