ମୁମ୍ବାଇ : ଯେତେବେଳେ ପିଲାମାନଙ୍କୁ ସେମାନଙ୍କ ମାତା-ପିତାଙ୍କ ଆଗରେ କୌଣସ ସମ୍ମାନରେ ସମ୍ମାନିତ କରାଯାଏ, ସେହି ସମୟଟି ମାତା-ପିତାଙ୍କ ପାଇଁ ଭାବବିହ୍ଵଳପୂର୍ଣ୍ଣ ସମୟ ହୋଇଥାଏ । ସେ ସମୟରେ ଦୁନିଆର ସବୁ ଖୁସି ସେମାନଙ୍କୁ ମିଳିଯିବା ଭଳି ଅନୁଭବ ହୋଇଥାଏ । ଠିକ୍ ସେମିତି ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ସମ୍ମାନିତ କରାଯିବା ସମୟରେ ଅନୁଭବ କରିଥିଲେ ବାପା ବୋନି କପୁର ।
ଫିଲ୍ମ ‘ଧଡକ’ ଜରିଆରେ ବଲିଉଡ୍ରେ ଏଣ୍ଟ୍ରି କରିଥିବା ଜାହ୍ନବୀ ନିଜ ଅଭିନୟ ପାଇଁ ସମସ୍ତଙ୍କ ପ୍ରଶଂସାର ପାତ୍ରୀ ପାଲଟି ପାରିଛନ୍ତି। ଏବେ ତାଙ୍କୁ ତାଙ୍କ ଅଭିନୟ ପାଇଁ ‘ସୁଟିଂ ଷ୍ଟାର୍ ଅଫ୍ ଦ ଇୟର ୨୦୧୮’ ସମ୍ମାନ ମିଳିଛି । ନର୍େଓ୍ଵ ସରକାରଙ୍କ ତରଫରୁ ଜାହ୍ନବୀଙ୍କୁ ଏହି ସମ୍ମାନ ମିଳିଥିବା ଜଣାପଡ଼ିଛି । ଫିଲ୍ମ ‘ଧଡକ’ରେ ତାଙ୍କର ଅଭିନୟରେ ମୁଗ୍ଧ ହୋଇ ରୟାଲ ନର୍େଓ୍ଵୟନ ବାଣିଜ୍ୟିକ ଦୂତାବାସର ଜେନେରାଲ ଜାହ୍ନବୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଥିଲେ ।
/sambad/media/post_attachments/wp-content/uploads/2018/12/images-30.jpg)
ସୂଚନା ମୁତାବକ, ରୟାଲ ନର୍େଓ୍ଵୟନ ବାଣିଜ୍ୟିକ ଦୂତାବାସର ଜେନେରାଲ ଚଳିତବର୍ଷ ଓସ୍କାର ପାଇଁ ମନୋନୀତ ହୋଇଥିବା ଚଳଚ୍ଚିତ୍ର ‘ହ୍ଵାଟ୍ ଉଇଲ୍ ପିପୁଲ ସେ’ର ସ୍କ୍ରିନିଙ୍ଗ ମୁମ୍ବାଇରେ ରଖିଥିଲେ । ଫିଲ୍ମଟି ଜଣେ ପାକିସ୍ଥାନୀ ଯୁବତୀଙ୍କ ଉପରେ ନିର୍ମାଣ କରାଯାଇଛି । ଯିଏକି ଏକ ଋଢ଼ିବାଦୀ ପରିବାର ହୋଇଥିବା ବେଳେ ବାହାରେ ତାଙ୍କର ରଙ୍ଗଢ଼ଙ୍ଗ ବଦଳି ଯାଇଥାଏ । ସମୟକ୍ରମେ ଝିଅର ଏଭଳି କାମ ବାପାଙ୍କ କାନରେ ପଡ଼େ। ଏହା ଫିଲ୍ମର କାହାଣୀ ହୋଇଥିବା ବେଳେ ଫିଲ୍ମର କିଛି ଦୃଶ୍ୟ ରାଜସ୍ଥାନରେ ସୁଟିଂ ହୋଇଥିଲା । ତେବେ ଜାହ୍ନବୀଙ୍କ ଫିଲ୍ମ ‘ଧଡକ’ର କାହାଣୀ ମଧ୍ୟ ସମାଜରେ ଥିବା କିଛି ନିୟମର ବିରୁଧାଚରଣ କରୁଥିବା ହେତୁ ଚଳଚ୍ଚିତ୍ରଟିକୁ ପ୍ରଶଂସା କରି ଜାହ୍ନବୀଙ୍କୁ ସମ୍ମାନିତ କରାଯାଇଥିବା ଜଣାପଡ଼ିଛି ।