ବଲିଉଡର ଶେହେନସାହା ଅମିତାଭ ବଚ୍ଚନ ଦବଙ୍ଗ ବୟ ସଲମାନ୍‌ ଖାନଙ୍କ ସହ ଏକ ସିନେମାରେ ନଜର ଆସିବେ ବୋଲି ବେଶ୍‌ କିଛି ଦିନ ହେବ ଚର୍ଚ୍ଚା ହେଉଥିଲା। ଏହି ସିନେମା ହେଲା ରେସ୍‌-୩। ଏଥିରେ ସଲମାନ୍‌ ଖାନଙ୍କ ବିପକ୍ଷରେ ଜାକଲିନ୍‌ ଫର୍ଣ୍ଣାଣ୍ଡିଜଙ୍କୁ ନିଆଯାଇଛି। ପୂର୍ବରୁ ରେସ୍‌ ଏବଂ ରେସ୍‌ ୨ ସୁପରହିଟ୍‌ ହୋଇଥିବା ହେତୁ ଏହାର ସିକ୍ୱେଲକୁ ନେଇ ସଲମାନ୍‌ ଖୁବ୍‌ ଉତ୍ସାହିତ ଅଛନ୍ତି। ସବୁଠୁ ବଡ଼ କଥା ହେଲା ଯେ ଟିଉବଲାଇଟ୍‌ ଫ୍ଲପ୍‌ ହେବାପରେ ସଲମାନ୍‌ ଟିକେ ଚିନ୍ତିତ ଅଛନ୍ତି। ଏଣୁ ସେ ଚାହୁଁଛନ୍ତି ରେସ୍‌-୩ ହିଟ୍‌ ହେଉ।

Advertisment

ଏହି ସିନେମାର ସେ ସହ ପ୍ରଯୋଜକ ମଧ୍ୟ। ଏଥିରେ ଅମିତାଭ ବଚ୍ଚନଙ୍କୁ ନିଆଯିବା ଲାଗି ସଲମାନ୍‌ ହିଁ ଇଚ୍ଛା ପ୍ରକାଶ କରିଥିଲେ। ଏଥିପାଇଁ ଅମିତାଭଙ୍କୁ ପ୍ରସ୍ତାବ ବି ଦିଆଯାଇଥିଲା। ହେଲେ ବିଗ ବି ମନା କଲେ। ଏହାର କାରଣ ହେଲା ଯେଉଁ ସମୟରେ ରେସ୍‌-୩ର ସୁଟିଂ ଆରମ୍ଭ ହେଉଛି ଠିକ୍‌ ସେହି ସମୟରେ ତାଙ୍କର ଅନ୍ୟ ଏକ ସିନେମା ‘ଝୁଣ୍ଡ’ର ସୁଟିଂ ବି ଆରମ୍ଭ ହେଉଛି । ଏହି କାରଣରୁ ଅମିତାଭ ବଚ୍ଚନ ରେସ୍‌-୩ର ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି।