ବେତନଟୀ (ଦୀପକ କୁମାର ସିଂହ):ମୟୂରଭଞ୍ଜଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ବଡ଼ସାହି-ବୈଶିଙ୍ଗା ରାସ୍ତାର ମାଣତ୍ରୀ ହାଟ ଛକରେ ଶୁକ୍ରବାର ଟ୍ରାକ୍ଟର ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟଣାରେ ଆଜି ପରିବାର ଲୋକ ଏବଂ ସ୍ଥାନୀୟ ଜନତା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ସୂଚନାଯୋଗ୍ୟ, ବୈଶିଙ୍ଗା ଥାନା ଅଧୀନ ବଡ଼ସାହି-ବୈଶିଙ୍ଗା ରାସ୍ତାର ମାଣତ୍ରୀ ହାଟ ଛକରେ ଶୁକ୍ରବାର ସ୍ଥାନୀୟ ଅଞ୍ଚଳର ସରୋଜ ନାଏକ(୨୫)ଙ୍କୁ ଏକ ଟ୍ରାକ୍ଟର ଧକ୍କା ଦେଇଥିଲା। ସରୋଜ ସ୍ଥାନୀୟ ଏକ ଫେବ୍ରିକେସନ ଦୋକାନରେ କାମ କରୁଥିଲେ। ଶୁକ୍ରବାର ସକାଳେ ଦୋକାନ ସମ୍ମୁଖ ରାସ୍ତାକୁ ଆସୁଥିବା ବେଳେ ଏକ ଦ୍ରୁତଗାମୀ ଇଟା ବୋଝେଇ ଟ୍ରାକ୍ଟର ଧକ୍କା ଦେଇଥିଲା। ସରୋଜଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ମାଣତ୍ରୀ ଡାକ୍ତରଖାନା ଓ ପରେ ବାରିପଦା ପିଆରଏମ ମେଡିକାଲ ନିଆଯାଇଥିଲା। କିନ୍ତୁ ତାଙ୍କର ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ପରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର ସମୟରେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।
ଆହୁରି ପଢ଼ନ୍ତୁ: Plane Crashes 15 Dead ଟଙ୍କା ବୋଝେଇ ସରକାରୀ ବିମାନ ଦୁର୍ଘଟଣାଗ୍ରସ୍ତ: ୧୫ ମୃତ, ଲୋକେ ଲୁଟି ନେଲେ ଟଙ୍କା
ତେବେ ସେଠାରେ ଆଜି ମୃତକଙ୍କ ଶବ୍ବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କ ସହିତ ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ପୁରୁଷ ଶବକୁ ରାସ୍ତାରେ ରଖି ରାସ୍ତା ଅବରୋଧ ପୂର୍ବକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତିl ଟ୍ରାକ୍ଟର ଚାଳକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଉପଯୁକ୍ତ କ୍ଷତିପୂରଣ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/28/untitled-7-2026-02-28-16-08-56.jpeg)