ବେଦାନ୍ତ ଆଲୁମିନିୟମର ଅନିଲ ଅଗ୍ରୱାଲ ଫାଉଣ୍ଡେସନ ପକ୍ଷରୁ ଜିଲ୍ଲା ପ୍ରଶାସନ ସହ ବୁଝାମଣାପତ୍ର ସ୍ୱାକ୍ଷର କରି ୧୦୦ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ଅତ୍ୟାଧୁନିକ ନନ୍ଦଘରରେ ପରିଣତ କରିବା ଉଦ୍ଦେଶ୍ୟରେ ଏକ  ପଦକ୍ଷେପ ଗ୍ରହଣ କରାଯାଇଛି । ଏହାଦ୍ୱାରା ଅଙ୍ଗନବାଡି କେନ୍ଦ୍ରଗୁଡିକୁ ମହିଳା ଓ ଶିଶୁଙ୍କ ବିକାଶ ପାଇଁ ଅତ୍ୟାଧୁନିକ କେନ୍ଦ୍ରରେ ପରିଣତ କରାଯିବ । ଏହି ବୁଝାମଣାପତ୍ର ସ୍ୱାକ୍ଷର ଉତ୍ସବରେ ରାୟଗଡା ଜିଲ୍ଲାପାଳ ପାରୁଲ ପଟୱାରୀଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମିନତୀ ଦେଓ ପ୍ରମୁଖ ଉପସ୍ଥିତ ଥିଲେ ।