ଭୁବନେଶ୍ୱର: ଓଡିଶା ଭିତ୍ତିକ ଏରୋସ୍ପେଶ ଓ ଡିଫେନ୍ସ ଟେକ୍ନୋଲୋଜି ଷ୍ଟାର୍ଟଅପ, ବନ୍ଭି ଏରୋ ଏସଆଇଡିଏମ ଚାମ୍ପିଅନ ଆୱାର୍ଡ (ସ୍ପେଶାଲ ଜୁରୀ) ହାସଲ କରି ଜାତୀୟସ୍ତରୀୟ ସଫଳତା ହାସଲ କରିଛି । ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ, ବନ୍ଭି ଏରୋର ସହ-ପ୍ରତିଷ୍ଠାତା ତଥା ସିଇଓ, ସତ୍ୟବ୍ରତ ଶତପଥୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ସୋସାଇଟି ଅଫ ଇଣ୍ଡିଆନ ଡିଫେନ୍ସ ମାନୁଫ୍ୟାକ୍ଚରର୍ସ (ଏସଆଇଡିଏମ) ଦ୍ୱାରା ସ୍ଥାପିତ ଏହି ଚାମ୍ପିଅନ ଆୱାର୍ଡ ସ୍ୱଦେଶୀ ପ୍ରତିରକ୍ଷା ନିର୍ମାଣ ଓ ଉଦ୍ଭାବନ କ୍ଷେତ୍ରରେ ଉତ୍କର୍ଷତାକୁ ପାଳନ କରିଥାଏ । କମ୍ପାନୀର ସ୍ୱଦେଶୀ ପ୍ରପଲ୍ସନ ସିଷ୍ଟମ, ରଗ୍ଡ ଏୟାରଫ୍ରେମ ଓ ସେଲ୍ଫ-ଫ୍ଲାଇଙ୍ଗ ଟେକ୍ନୋଲୋଜିଗୁଡିକ ଅନ୍ମ୍ୟାନ୍ଡ ଏରିଏଲ ସିଷ୍ଟମ (ୟୁଏଏସ)ଗୁଡିକର ପରିଭାଷାକୁ ସମ୍ପ୍ରସାରିତ କରିଛି ।
ଓଡ଼ିଶା ଡ଼ିଫେନ୍ସ ଷ୍ଟାର୍ଟଅପକୁ ଏସଆଇଡିଏମ ଚାମ୍ପିଅନ ପୁରସ୍କାର
/sambad/media/media_files/2025/11/07/sidm-award-2025-11-07-22-21-58.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)