ହେମଗିରିରେ ରାଜ୍ୟସ୍ତରୀୟ  ଶିଶୁ ମହୋତ୍ସବ ‘ସୁରଭି ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଯୁବ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ପାଇଁ ଏକ ରାଜ୍ୟସ୍ତରୀୟ ପ୍ଲାଟଫର୍ମ ସାବ୍ୟସ୍ତ ହୋଇଛି। ଗିରିସ୍ମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହେମଗିର ବ୍ଲକ ଅନ୍ତର୍ଗତ ୧୮ଗ୍ରାମ ପଞ୍ଚାୟତରେ ଥିବା ୧୮୬ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହଜନକ ଅଂଶଗ୍ରହଣ କରିଥିଲେ । ବେଦାନ୍ତ ଆଲୁମିନିୟମ ପକ୍ଷରୁ ଏହାକୁ ସହାୟତା ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମରେ କଳା ଓ କାରିଗରୀ, ସଙ୍ଗୀତ, ନୃତ୍ୟ, ବିତର୍କ, ପ୍ରବନ୍ଧରଚନା, ବକ୍ତୃତା ଏବଂ ସୃଜନଶୀଳ ଲେଖା ସମେତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।