ସାରା ଦେଶରେ ଏବେ ଶାରଦୀୟ ନବରାତ୍ରୀ ଉପାସନା ଓ ଉତ୍କଳୀୟ ପରମ୍ପରା ଅନୁସାରେ ଆମ ରାଜ୍ୟରେ ଷୋଶପୂଜା ଜାରି ରହିଛି । ତେବେ ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପ୍ରାଣକେନ୍ଦ୍ର ପୁରୀରେ ଦୁର୍ଗା ଉପାସନାରେ ଏକ ସ୍ବତନ୍ତ୍ର ପରମ୍ପରା ରହିଛି । ତାହା ହେଉଛି ଦୁର୍ଗାମାଧବ ଉପାସନା । ସମଗ୍ର ଦେଶରେ ଥିବା ଶକ୍ତିପୀଠଗୁଡ଼ିକରେ ଦେବୀଙ୍କୁ ଭୈରବୀ ଓ ଶିବଙ୍କୁ ଭୈରବ ରୂପେ ଉପାସନା କରାଯାଏ । କିନ୍ତୁ ଭାରତରେ ଶ୍ରୀକ୍ଷେତ୍ର ଏକମାତ୍ର ଶକ୍ତିକ୍ଷେତ୍ର ଯେଉଁଠାରେ ମା ବିମଳା ଭୈରବୀ ଓ ସ୍ବୟଂ ଜଗନ୍ନାଥ ପରମ ଭୈରବ ରୂପେ ଉପାସିତ ହୁଅନ୍ତି। ନବରାତ୍ରି ଓ ଦୁର୍ଗାପୂଜା ପର୍ବରେ ଏହି ପରମ୍ପରାର ବିଶେଷ ମାନ୍ୟତା ଅଛି। ସେଥିରେ ଦୁର୍ଗାଦେବୀଙ୍କୁ ଶକ୍ତିର ପ୍ରତିକ ଭାବେ ଓ ଶ୍ରୀମାଧବଙ୍କୁ ସଂରକ୍ଷକ ଓ ପାଳକ ଭାବେ ପୂଜା କରାଯାଏ।
“ଗବେଷକମାନଙ୍କ ମତରେ ପ୍ରାୟ ତ୍ରୟୋଦଶ ଶତାବ୍ଦୀ ବେଳକୁ ମା’ବିମଳା ଓ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ଦୁର୍ଗାମାଧବ ଉପାସନାର ଅୟମାରମ୍ଭ ହୋଇଥିଲା । ଶାରଦା ତିଳକ, ତନ୍ତ୍ର ସାର, ଗୋପାଳାର୍ଚ୍ଚନ ପଦ୍ଧତିର ଅନୁକରଣରେ ବୈଷ୍ଣବ ତନ୍ତ୍ର ମତରେ ଉପାସନା ଧାରା ପ୍ରବର୍ତ୍ତିତ ହେଲା । ଏହା ଫଳରେ ମା’ ବିମଳା ଓ ଶ୍ରୀଜଗନ୍ନାଥଙ୍କୁ ଦୁର୍ଗାମାଧବ ସ୍ୱରୂପରେ ଉପଲବ୍ଧି କରିବା ପାଇଁ ବିମଳାଙ୍କ ମନ୍ଦିରରେ ଦୁର୍ଗାମାଧବଙ୍କ ସମ୍ମିଳିତ ଉପାସନାର ବ୍ୟବସ୍ଥା କରାଗଲା। ଭୋଇ ରାଜବଂଶର ପ୍ରତିଷ୍ଠାତା ରାମଚନ୍ଦ୍ର ଦେବ (ପ୍ରଥମ)ଙ୍କ ସମୟରେ ରାଜଗୁରୁ ବର୍ଦ୍ଧନ ମହାପାତ୍ର ‘ଦୁର୍ଗୋତ୍ସବ ଚନ୍ଦ୍ରିକା’ରଚନା କରି ଶାରଦୀୟ ଦୁର୍ଗା ପୂଜାକୁ ସାରା ଓଡ଼ିଶାରେ ସାର୍ବଜନୀନ ରୂପେ ପାଳନ କରିବା ପାଇଁ ଉଦ୍ୟମ କରିଥିଲେ “ (ଡକ୍ଟର ଭାସ୍କର ମିଶ୍ର, ଉତ୍କଳ ପ୍ରସଙ୍ଗ, ଅକ୍ଟୋବର ୨୦୨୧) ।
“ଗବେଷକମାନଙ୍କ ମତରେ ପ୍ରାୟ ତ୍ରୟୋଦଶ ଶତାବ୍ଦୀ ବେଳକୁ ମା’ବିମଳା ଓ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ଦୁର୍ଗାମାଧବ ଉପାସନାର ଅୟମାରମ୍ଭ ହୋଇଥିଲା । ଶାରଦା ତିଳକ, ତନ୍ତ୍ର ସାର, ଗୋପାଳାର୍ଚ୍ଚନ ପଦ୍ଧତିର ଅନୁକରଣରେ ବୈଷ୍ଣବ ତନ୍ତ୍ର ମତରେ ଉପାସନା ଧାରା ପ୍ରବର୍ତ୍ତିତ ହେଲା । ଏହା ଫଳରେ ମା’ ବିମଳା ଓ ଶ୍ରୀଜଗନ୍ନାଥଙ୍କୁ ଦୁର୍ଗାମାଧବ ସ୍ୱରୂପରେ ଉପଲବ୍ଧି କରିବା ପାଇଁ ବିମଳାଙ୍କ ମନ୍ଦିରରେ ଦୁର୍ଗାମାଧବଙ୍କ ସମ୍ମିଳିତ ଉପାସନାର ବ୍ୟବସ୍ଥା କରାଗଲା । ଭୋଇ ରାଜବଂଶର ପ୍ରତିଷ୍ଠାତା ରାମଚନ୍ଦ୍ର ଦେବ (ପ୍ରଥମ)ଙ୍କ ସମୟରେ ରାଜଗୁରୁ ବର୍ଦ୍ଧନ ମହାପାତ୍ର ‘ଦୁର୍ଗୋତ୍ସବ ଚନ୍ଦ୍ରିକା’ରଚନା କରି ଶାରଦୀୟ ଦୁର୍ଗା ପୂଜାକୁ ସାରା ଓଡ଼ିଶାରେ ସାର୍ବଜନୀନ ରୂପେ ପାଳନ କରିବା ପାଇଁ ଉଦ୍ୟମ କରିଥିଲେ “ (ଡକ୍ଟର ଭାସ୍କର ମିଶ୍ର, ଉତ୍କଳ ପ୍ରସଙ୍ଗ, ଅକ୍ଟୋବର ୨୦୨୧) ।
ପ୍ରତିବର୍ଷ ଶ୍ରୀମନ୍ଦିରରେ ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀଠାରୁ ଶୁକ୍ଳ ପକ୍ଷ ନବମୀ ( ମହାନବମୀ) ପର୍ଯ୍ୟନ୍ତ ଷୋହଳ ପୂଜା ଅନୁଷ୍ଠିତ ହୋଇଥାଏ । ଏହି ସମୟରେ ଦୁର୍ଗା ଓ ମାଧବ ଉପାସନା ହୋଇଥାଏ । ପରମ୍ପରା ଅନୁଯାୟୀ ପ୍ରଥମ ଆଠ ଦିନ ଦୁର୍ଗାମାଧବ ବିମଳାଙ୍କ ମନ୍ଦିରରେ ବିଜେ କରିଥାନ୍ତି । ପରବର୍ତ୍ତି ଆଠ ଦିନ ଦୁର୍ଗାମାଧବ ଏକ ବିମାନରେ ପୁରୀ ଦୋଳଗୋବିନ୍ଦ ସାହିସ୍ଥିତ ନାରାୟଣୀଙ୍କ ମନ୍ଦିରକୁ ବିଜେ ହୋଇଥାନ୍ତି । ଶ୍ରୀକ୍ଷେତ୍ରର ଦୁର୍ଗା-ମାଧବ ଉପାସନା ବୈଷ୍ଣବ ଓ ଶାକ୍ତ ପରମ୍ପରାର ଏକ ଅଦ୍ଭୁତ ସମନ୍ବୟ ।