ବେଦାନ୍ତ ଆଲୁମିନିୟମ ଭାରତ ସରକାରଙ୍କ ‘ସୁସ୍ଥ ନାରୀ ସଶକ୍ତ ପରିବାର’ ଅଭିଯାନ ମାଧ୍ୟମରେ ଦୁର୍ଗମ ଅଞ୍ଚଳର ମହିଳା ଏବଂ ପରିବାରକୁ ସ୍ୱାସ୍ଥ୍ୟସେବା ସହାୟତା ପ୍ରଦାନ କରୁଛି। ଏହି ଅଭିଯାନର ଅଂଶ ସ୍ୱରୂପ,ବେଦାନ୍ତ ଆଲୁମିନିୟମ କଳାହାଣ୍ଡିର ନାକରୁଣ୍ଡିର ପିଏଚ୍‌ସି ଏବଂ ରାୟଗଡ଼ାର କାଶୀପୁରର ସିଏଚ୍‌ସିରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥିଲା। ଶିବିରରେ ୪୬୮ ମହିଳା ଏବଂ ୪୧୦ରୁ ଅଧିକ ପୁରୁଷ ଓ ଶିଶୁଙ୍କୁ ଉପକୃତ ହୋଇଥିଲେ। କମ୍ପାନି ରାମପୁର ଏବଂ ସୁଙ୍ଗେରରେ ହେବାକୁ ଥିବା ଆଗାମୀ ଶିବିରଗୁଡ଼ିକୁ ମଧ୍ୟ ସମର୍ଥନ କରିବ।

Advertisment