ହର୍ଷୋଲ୍ଲାସର ସହିତ ଜନ୍ମାଷ୍ଟମୀ ପାଳନ
ଆଜି ଜନ୍ମାଷ୍ଟମୀ। ସାରା ବିଶ୍ବର ହିନ୍ଦୁ ସମ୍ପ୍ରଦାୟ ଏହି ଦିନକୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ରୂପେ ପାଳନ କରୁଛନ୍ତି। କୃଷ୍ଣ ହେଉଛନ୍ତି ଭଗବାନ ବିଷ୍ଣୁଙ୍କର ଅଷ୍ଟମ ଅବତାର। ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀରେ ଦେବକୀ ଓ ବସୁଦେବଙ୍କ ପୁତ୍ର ରୂପେ କୃଷ୍ଣ ମଥୁରାରେ ଜନ୍ମ ହୋଇଥିଲେ।
ବାଲେଶ୍ବରରେ ଜନ୍ମାଷ୍ଟମୀ
ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀରେ ଦେବକୀ ଓ ବସୁଦେବଙ୍କ ପୁତ୍ର ରୂପେ କୃଷ୍ଣ ମଥୁରାରେ ଜନ୍ମ ହୋଇଥିଲେ। କୃଷ୍ଣଙ୍କ ଜନ୍ମ ସ୍ଥାନ ମଥୁରା ଏବ˚ ସେ ବଢ଼ିଥିବା ବୃନ୍ଦାବନରେ ଏହି ଦିନରେ ପ୍ରବଳ ଜନସମାଗମ ହୋଇଥାଏ।
ଗୋସେଇଁ ମଠ ପରିସରରେ ଥିବା ରାଧାକୃଷ୍ଣ ମନ୍ଦିର
ଏହି ଉପଲକ୍ଷେ ରାସଲୀଳାର ଆୟୋଜନ ସହିତ ମନ୍ଦିରମାନଙ୍କରେ ଭାଗବତ ପୁରାଣ ଓ ଗୀତା ପାଠ କରାଯାଏ, ଉପବାସ ରଖାଯାଏ ଏବଂ କୃଷ୍ଣଙ୍କର ଭକ୍ତିଗୀତ ଗାନ କରାଯାଏ।
ଜନ୍ମାଷ୍ଟମୀରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା
ଏହି ରାତିରେ କୃଷ୍ଣଙ୍କୁ ଧ୍ୟାନ କଲେ ସା˚ସାରିକ ମୋହ-ମାୟାଜନିତ ଆସକ୍ତି ଦୂର ହୁଏ ବୋଲି ବିଶ୍ବାସ ରହିଛି।
ଜନ୍ମାଷ୍ଟମୀ ପାଇଁ ସାଜସଜ୍ଜା
ଏହି ଅବସରରେ ମହାରାଷ୍ଟ୍ରରେ ଦହି ହାଣ୍ତି ଭାଙ୍ଗିବାର ପରମ୍ପରା ରହିଛି। ପୁରୀ ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀର ସ୍ୱତନ୍ତ୍ର ନୀତି ତଥା ପୂଜାର୍ଚ୍ଚନାର ବିଧି ପାଳନ ହୋଇଥାଏ।