ଓଡ଼ିଶାର ସର୍ବପୁରାତନ ଶକ୍ତିପୀଠ ମଧ୍ୟରୁ ଯାଜପୁରର ମା’ ବିରଜା କ୍ଷେତ୍ର ଅନ୍ୟତମ । ଏହା ଭାରତର ୫୧ଟି ଶକ୍ତିପୀଠ ମଧ୍ୟରୁ ଅନ୍ୟତମ । ପୌରାଣିକ ଆଖ୍ୟାନ ଅନୁସାରେ ଏହି ସ୍ଥାନରେ ମାତା ସତୀଙ୍କର ନାଭି ପଡ଼ିଥିଲା । ଏଣୁ ଏହା ନାଭି ତୀର୍ଥ ବା ନାଭିଗୟା ଭାବେ ପରିଚିତ । ମା ବିରଜାଙ୍କ ବିଗ୍ରହ ସମଗ୍ର ଭାରତରେ ଅତ୍ୟନ୍ତ ଦୁର୍ଲଭ କାରଣ ମାତା ଦ୍ବିଭୂଜା ରୂପରେ ମହିଷାଶୂରକୁ ବଧ କରୁଛନ୍ତି । 

Advertisment

ବିରଜା କ୍ଷେତ୍ର ଏତେ ପୁରୁଣା ଯେ ଏହାର ବର୍ଣ୍ଣନା ସଂସ୍କୃତ ମହାଭାରତରେ ରହିଛି । ସେହିପରି ସ୍କନ୍ଦ ପୁରାଣ ଓ ବ୍ରହ୍ମ ପୁରାଣରେ ଏହାର ଉଲ୍ଲେଖ ରହିଛି । ଏଥିରୁ ମହାଦେବୀଙ୍କର ଏହି କ୍ଷେତ୍ରର ଗୁରୁତ୍ବ ସହଜରେ ଅନୁମେୟ । ଯାଜପୁରର ବୈତରଣୀ କୂଳରେ ସ୍ବୟଂ ବ୍ରହ୍ମା ଏକ କ୍ଷଜ୍ଞ ଆୟୋଜନ କରିଥିଲେ । ଏହି କ୍ଷେତ୍ରରେ ପିତୃପୁରୁଷଙ୍କୁ ପିଣ୍ଡଦାନ ଅନନ୍ତ ପୂଣ୍ୟଫଳ ପ୍ରାପ୍ତ ହୁଏ ।

ପୁରାଣ ମତାନୁସାରେ ବୈତରଣୀ ତୀରରେ ବ୍ରହ୍ମା ଯେଉଁ ବିରାଟ ଯଜ୍ଞର ଆୟୋଜନ କରିଥିଲେ, ସେହି ଯଜ୍ଞର ଗାର୍ହପତ୍ୟ କୁଣ୍ଡରୁ ଜ୍ୟୋତିର୍ମୟୀ ମୂର୍ତ୍ତିର ଆବିର୍ଭାବ ହୋଇଥିଲା । ଦେବୀଙ୍କର ତେଜରେ ଚତୁର୍ଦ୍ଦିଗ ଆଲୋକରେ ଉଦ୍ଭାସିତ ହୋଇଥିଲା । ବ୍ରହ୍ମାଙ୍କର ଶ୍ରଦ୍ଧା ଏବଂ ଭକ୍ତିରେ ସନ୍ତୁଷ୍ଟା ହୋଇ ଦେବୀ ସେହି ତୀର୍ଥରେ ରହିବା ପାଇଁ ପ୍ରତିଶ୍ରୁତି ଦେଲେ । ପୁଣି ପୁରାଣ କହେ, ଯଜ୍ଞକୁଣ୍ଡରୁ ବିରଜା ଆବିର୍ଭୂତା ହେବା ସଂଗେସଂଗେ ତାଙ୍କ ମାନସରୁ ନବଦୁର୍ଗା, ଅଷ୍ଟଚଣ୍ଡୀ, ଚତୁଷଷ୍ଠୀ ଯୋଗିନୀ ଜାତ ହୋଇ ବିଭିନ୍ନ ସ୍ଥାନରେ ରହିଲେ ।

ଶାରଦୀୟ ଦୁର୍ଗୋତ୍ସବ ସମୟରେ ମାଙ୍କର ନବଦିନବ୍ୟାପୀ ରଥଯାତ୍ରା ଅନୁଷ୍ଠିତ ହୁଏ । ରଥର ନାଁ ସିଂହଧ୍ବଜ ବା ବିଜୟା । ଆଶ୍ୱିନ ଶୁକ୍ଳ ପ୍ରତିପଦଠାରୁ ନବମୀର ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ଏହି ରଥଯାତ୍ରା ଅନୁଷ୍ଠିତ ହୁଏ ।

(ଉତ୍ସ: ୧. ଓଡ଼ିଶାର ପ୍ରମୁଖ ଶକ୍ତିପୀଠ ବିରଜା କ୍ଷେତ୍ର, ଡକ୍ଟର ଭାରତୀ ପାଲ୍, ଉତ୍କଳ ପ୍ରସଙ୍ଗ, ସେପ୍ଟେମ୍ବର-ଅକ୍ଟୋବର ୨୦୧୭ ; ଯାଜପୁରର ମା ବିରଜା ଓ ଶାରଦୀୟ ରଥଯାତ୍ରା, ସୂର୍ଯ୍ୟମଣି ଖୁଣ୍ଟିଆ, ଉତ୍କଳ ପ୍ରସଙ୍ଗ, ଅକ୍ଟୋବର ୨୦୧୩  )