ଭୁବନେଶ୍ୱର : ଲାଞ୍ଜିଗଡ଼ ବକ୍ସାଇଟ୍ ଖଣି ପାଇଁ ତୁରନ୍ତ ଏକ ଗ୍ରାମସଭା ଆୟୋଜନ କରିବାକୁ ଆଦିବାସୀ ଗୋଷ୍ଠୀ ଏବଂ କଳାହାଣ୍ଡି ବାସିନ୍ଦା ଆଜି ରାଜଧାନୀରେ ଶୋଭାଯାତ୍ରା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ସେମାନଙ୍କ ଅଞ୍ଚଳରେ ସାମାଜିକ-ଅର୍ଥନୈତିକ ବିକାଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି ।
ଲାଞ୍ଜିଗଡ଼ ଅଞ୍ଚଳର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ସ୍ଥାନୀୟ ସଂଗଠନ ଲାଞ୍ଜିଗଡ଼ ଆଞ୍ଚଳିକ ବିକାଶ ପରିଷଦର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ଦୀର୍ଘ ଦିନ ଧରି ପଡ଼ିରହିଥିବା ଏହି ପ୍ରସଙ୍ଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)