ଆଶ୍ୱିନର ଶରତ ସକାଳରେ ଧରଣୀ ହୋଇଛି ପୁଲକିତ । ଗୃହଠାରୁ ଦେବାଳୟ ପର୍ଯ୍ୟନ୍ତ ସବୁଠାରେ ଜ୍ୟୋତିର୍ମୟୀ ଜଗନ୍ମାତାଙ୍କ ଆଗମନର ପଦଧ୍ୱନି । ଓଡ଼ିଶା ସମେତ ସାରାଦେଶରେ ଚାଲିଛି ନବରାତ୍ର ବା ନବଦିନାତ୍ମକ ଶକ୍ତି ପୂଜା । ନବରାତ୍ରର ନଦଦିନରେ ମା’ଙ୍କର ନଅଟି ସ୍ୱରୂପର ଆରାଧନା କରାଯାଏ । ୯ମ ଦିନରେ ଭଗବତୀ ଆଦ୍ୟାଶକ୍ତିଙ୍କୁ ଆବାହନ କରାଯାଏ ମା’ ସିଦ୍ଧିଦାତ୍ରୀ ରୂପରେ ।
ନବଦୁର୍ଗାଙ୍କ ନବମ ଓ ଶେଷ ରୂପ ହେଲେ ମା ସିଦ୍ଧିଦାତ୍ରୀ। ସେ ଆଠ ପ୍ରକାରର ସିଦ୍ଧି (ଅଣିମା, ଲଘିମା, ପ୍ରାପ୍ତି, ପ୍ରାକାମ୍ୟ, ମହିମା ଇତ୍ୟାଦି) ପ୍ରଦାନ କରୁଥିବାରୁ "ସିଦ୍ଧିଦାତ୍ରୀ" ବୋଲି ପରିଚିତ। ମାଙ୍କର ଶୁଭ୍ର ବର୍ଣ୍ଣ, ଚାରିଟି ଭୁଜା, ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ରହିଥାଏ। ସେ ସିଂହ କିମ୍ବା ପଦ୍ମାସନରେ ବିରାଜିତ। ପୁରାଣକଥା ଅନୁସାରେ, ବ୍ରହ୍ମା, ବିଷ୍ଣୁ ଓ ମହେଶଙ୍କୁ ସିଦ୍ଧି ପ୍ରଦାନ କରିଥିବା ଦେବୀ ହେଲେ ମା ସିଦ୍ଧିଦାତ୍ରୀ। ନବମୀ ତିଥିରେ ତାଙ୍କ ପୂଜା କରାଯାଏ। ଭକ୍ତମାନେ ବିଶ୍ୱାସ କରନ୍ତି ଯେ, ସିଦ୍ଧିଦାତ୍ରୀଙ୍କ ପୂଜାରୁ ସମସ୍ତ କାର୍ଯ୍ୟ ସଫଳ ହୁଏ, ମୋକ୍ଷ ଲାଭ ହୁଏ ଓ ଜୀବନରେ ଶାନ୍ତି ଓ ସମୃଦ୍ଧି ଆସେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/09/29/mata-2025-09-29-22-52-02.jpg)