କେନାଲରୁ ୧୫ ଫୁଟର ଅଜଗର ଉଦ୍ଧାର
ନାଲରୁ ଉଦ୍ଧାର ହେଲା ୧୫ ଫୁଟ ଲମ୍ବର ଅଜଗର। ବାଲେଶ୍ବର ଜିଲ୍ଲା ନୀଳଗିରି ରେଞ୍ଜ ଅଧୀନ କାଦୁଆଣୀ ଗ୍ରାମ ନିକଟରେ ଥିବା ଏକ କେନାଲରେ ୧୫ ଫୁଟ ଲମ୍ବର ଏକ ଅଜଗରକୁ କିଛି ସ୍ଥାନୀୟ ଲୋକ ଦେଖିଥିଲେ। ପରେ ସେମାନେ ବନବିଭାଗକୁ ଅବଗତ କରିଥିଲେ।ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଛନ୍ତି। ସାପକୁ ଦେଖିବାକୁ କିଛି ସମୟ ପାଇଁ ଲୋକଙ୍କ ଭିଡ ଜମିଥିଲା।
/sambad/media/media_files/2025/08/22/snake-2025-08-22-16-47-04.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)