ଭୁବନେଶ୍ବର: ବେଦାନ୍ତ ଆଲୁମିନିୟମ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାସ୍ଥିତ ମାଣିକେଶ୍ୱରୀ ହାଇସ୍କୁଲ ଓ ସରସ୍ୱତୀ ଶିଶୁ ମନ୍ଦିରରେ ଆୟୁଷ ମନ୍ତ୍ରଣାଳୟ ସହଯୋଗରେ ‘ସ୍ୱର୍ଣ୍ଣ ପ୍ରାଶନ' କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସହକାରୀ ଚିକିତ୍ସାଧିକାରୀ (ଡିଏଏମ୍ଓ) ଡାକ୍ତର ଅଯୋଧ୍ୟାନାଥ ବେହେରା, କଳାହାଣ୍ଡି ଜିଲ୍ଲା ସହକାରୀ ଚିକିତ୍ସାଧିକାରୀ (ଏଏମ୍ଓ) ଡାକ୍ତର ଅକ୍ଷୟ କାଣ୍ଡ, ଡାକ୍ତର ଚନ୍ଦ୍ରଭାନୁ ଓ ଡାକ୍ତର ରାଜକୁମାର ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସରକାର, ଆୟୁଷ ମନ୍ତ୍ରଣାଳୟର ସଚିବ ଓ ଅନ୍ୟାନ୍ୟ ସରକାରୀ ଅଧିକାରୀଙ୍କ ତତ୍ତ୍ୱାବଧାନରେ ବେଦାନ୍ତ ଆଲୁମିନିୟମ କଳାହାଣ୍ଡି ଜିଲ୍ଲାରେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିବା ସହ ଆଉ ଦୁଇଟି ଜିଲ୍ଲା ରାୟଗଡ଼ା ଓ କୋରାପୁଟକୁ ସହାୟତା ଯୋଗାଇଦେବାକୁ ଯୋଜନା କରିଛି ।
କଳାହାଣ୍ଡିରେ ‘ସ୍ୱର୍ଣ୍ଣ ପ୍ରାଶନ' ଅଭିଯାନ ଆରମ୍ଭ
/sambad/media/media_files/OGlwjyDFssWABulQIlzN.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)