କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ଓ ବେଦାନ୍ତ ଆଲୁମିନିୟମ ସହଯୋଗରେ ଓଡ଼ିଶାର ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ୧୫ଟି ସରକାରୀ ବିଦ୍ୟାଳୟର ୬୪୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇବା ପାଇଁ “ସ୍ୱର୍ଣ୍ଣ ପ୍ରାସନ୍ନ' ଅଭିଯାନକୁ ବିସ୍ତାର କରିଛି । ରାୟଗଡ଼ା ଜିସିଡି ଜିଲ୍ଲା ଉଚ୍ଚ ଓ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ମୁଖ୍ୟ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ କୁମାର ନାୟକ, ଅତିରିକ୍ତ ଡିଇଓ ଭଜନ ଲାଲ ମାଝୀ, ବ୍ଲକ ଶିକ୍ଷା ଅଧିକାରୀ ସୁଦୀପ୍ତ କୁମାର ଦାସ, ଆୟୁର୍ବେଦିକ ଡାକ୍ତର ଭିଜେପି ରାଓ, ଅଟଳ ବିହାରୀ ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପଦକ୍ଷେପ ଆରମ୍ଭ କରିବା ପରଠାରୁ ଏହି କାର୍ଯ୍ୟକ୍ରମ ଓଡ଼ିଶାର ୧୦,୬୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସକାରାତ୍ମକ ଭାବେ ପ୍ରଭାବିତ କରିଛି ।
‘ସ୍ୱର୍ଣ୍ଣ ପ୍ରାସନ୍ନ' ଅଭିଯାନ ସମ୍ପ୍ରସାରିତ
/sambad/media/media_files/2024/11/21/AM6WJvNNxwaQp3ZG2IMw.jpeg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)