ରାୟଗଡ଼ା : ରାୟଗଡ଼ାରେ ଆୟୋଜିତ ଚଇତି ମହୋତ୍ସବରେ ଅଂଶଗ୍ରହଣ କରିଛି ବେଦାନ୍ତ । ୨୦୦୫ ମସିହାରୁ ଆରମ୍ଭ ହୋଇଥିବା ଏହି ବାର୍ଷିକ ସାଂସ୍କୃତିକ ମହୋତ୍ସବ ଆଦିବାସୀ କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଏକ ଜୀବନ୍ତ ମଞ୍ଚ ଭାବେ କାର୍ଯ୍ୟ କରିଆସୁଛି। କାର୍ଯ୍ୟକ୍ରମରେ ଦେଶର ୫୦୦ରୁ ଅଧିକ କଳାକାର ଅଂଶଗ୍ରହଣ କରିଥିବାବେଳେ ବେଦାନ୍ତ ଆଲୁମିନିୟମର ଷ୍ଟଲ ମୁଖ୍ୟ ଆକର୍ଷଣ ଥିଲା । ଏଥିରେ ସଉରା ଚିତ୍ରକଳା, ଡୋକ୍ରା କଳା, ପାରମ୍ପରିକ ଆଦିବାସୀ କଳା ଏବଂ ହସ୍ତଶିଳ୍ପ ସହିତ ପ୍ରୋଜେକ୍ଟ ସଖୀ ଦ୍ୱାରା ପ୍ରସ୍ତୁତ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ର ଉତ୍ପାଦ ପ୍ରଦର୍ଶନ ସାମିଲ ଥିଲା । ଦର୍ଶକଙ୍କ ସାମ୍ନାରେ ଅଙ୍କା ଯାଉଥିବା ସଉରା ଚିତ୍ରକଳା ଆକୃଷ୍ଟ କରିଥିଲା । ଏହାଛଡ଼ା ଏହି ଷ୍ଟଲରେ ବେଦାନ୍ତର ହକି ଇଣ୍ଡିଆ ଲିଗ ଦଳ କଳିଙ୍ଗ ଲାନ୍ସର୍ସର ପ୍ରଦର୍ଶନ କରାଯାଇଥିଲା । ଏହି ପ୍ରଦର୍ଶନୀରେ ଦଳର ମାସ୍କଟ, ଖେଳାଳି ହାଇଲାଇଟ୍ ଏବଂ ଟ୍ରଫି ସାମିଲ ଥିଲା ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp