ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ସମୃଦ୍ଧ ସାଂସ୍କୃତିକ ପର୍ବ ‘ପରବ-୨୦୨୪'କୁ ବେଦାନ୍ତ ଆଲୁମିନିୟମ ସମର୍ଥନ କରିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମେଳାକୁ ଉଦଘାଟନ କରିଥିବାବେଳେ ଆଦିବାସୀ କଳା, ସଂସ୍କୃତି, ସଙ୍ଗୀତ ଓ ନୃତ୍ୟ ପ୍ରଦର୍ଶନ କରି ଏହି ଭବ୍ୟ କାର୍ଯ୍ୟକ୍ରମ ହଜାର ହଜାର ଦର୍ଶକଙ୍କୁ ଆକର୍ଷିତ କରିଥିଲା । କଳାହାଣ୍ଡି ଲାଞ୍ଜିଗଡ଼ର ପ୍ରତିଭାବାନ ଆଦିବାସୀ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ସଉରା କଳା ଓ ଢୋକ୍ରା ଉତ୍ପାଦ ସମେତ ଆଦିବାସୀ କଳାକୁ ନେଇ ବେଦାନ୍ତ ପକ୍ଷରୁ ଏକ ଷ୍ଟଲ୍ ଖୋଲାଯାଇଥିଲା । ସ୍ଥାନୀୟ କାରିଗରମାନଙ୍କୁ ସଶକ୍ତ କରିବା ଏବଂ ପାରମ୍ପରିକ ହସ୍ତଶିଳ୍ପର ସଂରକ୍ଷଣ ଉଦ୍ଦେଶ୍ୟରେ କମ୍ପାନୀର ଗୋଷ୍ଠୀ ବିକାଶ ପଦକ୍ଷେପ ମାଧ୍ୟମରେ ବିଲୁପ୍ତ ହେବାକୁ ବସିଥିବା ଏହି କଳାଗୁଡ଼ିକୁ ପୁନରୁଦ୍ଧାର କରାଯାଇଥିଲା ।
ପରବ-୨୦୨୪ରେ ବେଦାନ୍ତର ଆଦିବାସୀ କଳାକୃତି ଷ୍ଟଲ
/sambad/media/media_files/2024/12/19/eXuLiUjVM6JSrmfqOQTD.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)