ଲାଞ୍ଜିଗଡ଼ : ବେଦାନ୍ତ ଲିମିଟେଡ୍ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ୯ ଜଣ ଯୁବକଙ୍କୁ ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି । ବେଦାନ୍ତର ଆଲୁମିନା ବିଜନେସ୍ ର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଜିଲ୍ଲାର ଯୁବ ପ୍ରତିଭାମାନଙ୍କୁ ସମ୍ମାନଜନକ ଜ୍ଞାନ ଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ । ବେଦାନ୍ତ ଆଲୁମିନିୟମ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ପୁରସ୍କାର ରାଜ୍ୟ ବୋର୍ଡ ଟପର୍, ସିବିଏସ୍ଇ ବୋର୍ଡ ଟପର୍, ଆଇସିଏସ୍ଇ ବୋର୍ଡ ଟପର୍ ଙ୍କ ସମେତ ବିଭିନ୍ନ ବର୍ଗରେ ଶ୍ରେଷ୍ଠତା ବୃଦ୍ଧି କରିବା ସହ ଟପର୍ ମାନଙ୍କୁ ମାନ୍ୟତା ପ୍ରଦାନ କରିବୟ କମ୍ପାନୀ ୯ ଜଣ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପାଠପଢ଼ାରେ ସାହାଯ୍ୟ କରିବା ପାଇଁ ଲାପଟପ୍ ମଧ୍ୟ ଉପହାର ଦେଇଥିଲା । ଏହାବ୍ୟତୀତ ବେଦାନ୍ତ ଆର୍ଚରୀ ଇନିସିଏଟିଭ୍ ର ଯୁବ ତୀରନ୍ଦାଜମାନଙ୍କୁ ରାଜ୍ୟ ଓ ଜାତୀୟ ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଛିୟ ଏହି କ୍ରୀଡ଼ାବିତମାନେ ଏହି ଅଞ୍ଚଳର ପ୍ରଚୁର ସାମର୍ଥ୍ୟ ଏବଂ କ୍ରୀଡ଼ା ମାଧ୍ୟମରେ ଯୁବପିଢ଼ିଙ୍କୁ ପ୍ରୋତ୍ସାହିତ କରିବାରେ ବେଦାନ୍ତର ପ୍ରୟାସର ପ୍ରଭାବର ପ୍ରମାଣ ପାଲଟିଛନ୍ତି ।
ଘୁମୁରା'ରେ ଯୁବ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା
/sambad/media/media_files/2025/01/24/dQfZ651XOOadKV3xjNKg.jpeg)