ଭୋଗରାଇ: ଭୋଗରାଇ ନିର୍ବାଚନ ମଣ୍ଡଳୀରେ ବିଜେପି ସବୁଠୁ ପଛରେ ଗତ ବୁଧବାର ରାତିରେ ପ୍ରାର୍ଥୀ ଘୋଷଣା କରିଥିଲା। ହେଲେ ଏହାକୁ ବିେରାଧ କରି ଆଜି ଭୋଗରାଇ ବିଜେପିରେ ବିଦ୍ରୋହ ଦେଖାଯାଇଛି। ଗୁରୁବାର ସକାଳେ ଶହ ଶହ କର୍ମୀ ଜଳେଶ୍ୱରପୁରସ୍ଥିତ ପାର୍ଟି କାର୍ଯ୍ୟାଳୟଠାରେ ପହଞ୍ଚି ଯୁବନେତା ମାନସ ମହାନ୍ତିଙ୍କ ପ୍ରାର୍ଥିତ୍ବକୁ ବିରୋଧ କରି ନାରାବାଜି କରିଥିଲେ। ଶ୍ରୀ ମହାନ୍ତିଙ୍କୁ ପରିବର୍ତ୍ତନ କରି ତାଙ୍କ ସ୍ଥାନରେ ଅନ୍ୟତମ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରୁ ଜଣଙ୍କୁ ଟିକଟ ଦେବାକୁ ଅଡ଼ି ବସିଥିଲେ। ନ ହେଲେ ସମୂହ ଦଳରୁ ଇସ୍ତଫା ଦେବେ ବୋଲି ଧମକ ଦେଇଥିଲେ।
ପରିସ୍ଥିତି ଏଭଳି ହୋଇଥିଲା ଯେ ଦଳର ବରିଷ୍ଠ ନେତା ତଥା ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ସମାଧାନ କରିବାକୁ ଏଠାକୁ ଆସିଥିବା ବେଳେ ତାଙ୍କୁ ହଟହଟା ହେବାକୁ ପଡ଼ିଥଲା। ଉତ୍ତ୍ୟକ୍ତ କର୍ମୀମାନେ ତାଙ୍କୁ ଗାଳିଗୁଲଜ କରିବା ସହିତ ଠେଲାପେଲା କରିବାକୁ ପଛାଇ ନ ଥିଲେ। ବାଧ୍ୟହୋଇ ଦଳର ବରିଷ୍ଠ ନେତାମାନେ ଶ୍ରୀ ଷଡ଼ଙ୍ଗୀଙ୍କୁ ଏକ କୋଠରୀ ମଧ୍ୟକୁ ନେଇଥିଲେ। ସେଠାରେ ଦୀର୍ଘ ୮ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ମାରାଥନ ଆଲୋଚନା ଚାଲିଥଲେ ମଧ୍ୟ ନିଷ୍କର୍ଷ ବାହାରି ନ ଥିଲା। ଶେଷରେ ଶ୍ରୀ ଷଡ଼ଙ୍ଗୀ ଏବଂ ତାଙ୍କ ସହିତ ଆସିଥିବା ଶୁଭଙ୍କର ମହାପାତ୍ର ଦଳର ସମସ୍ତ ସ୍ଥାନୀୟ କର୍ମକର୍ତ୍ତା ଏବଂ ଆଶାୟୀ ପ୍ରାର୍ଥୀମାନଙ୍କ ମତାମତ ସଂଗ୍ରହ କରି ବାଲେଶ୍ୱର ଫେରିଥିବା ଜଣାପଡ଼ିଛି। ଏଥିସହିତ ଶ୍ରୀ ଷଡ଼ଙ୍ଗୀ ଦଳର ରାଜ୍ୟ ନେତୃତ୍ୱଙ୍କ ସହ କର୍ମୀମାନଙ୍କ ଦାବି ବାବଦରେ ଆଲୋଚନା କରି ପ୍ରାର୍ଥୀ ପରିବର୍ତ୍ତନ ସମ୍ପର୍କରେ ଶୁକ୍ରବାର ସୁଦ୍ଧା ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏପଟେ ପାର୍ଟି କାର୍ଯ୍ୟାଳୟଠାରେ ବିଜେପି କର୍ମୀମାନେ ଶ୍ରୀ ଷଡ଼ଙ୍ଗୀଙ୍କୁ ଠେଲାପେଲା କରାଯିବା କିମ୍ବା ଘରେ ପୁରାଇ ତାଲା ପକାଇବା ଖବର ପ୍ରସାରଣକୁ ମିଥ୍ୟା ବୋଲି ଦଳର ପୂର୍ବତନ ମଣ୍ଡଳ ସଭାପତି ପୂର୍ଣ୍ଣେନ୍ଦୁ ଆଚାର୍ଯ୍ୟ, ବରିଷ୍ଠ କର୍ମକର୍ତ୍ତା ଅମଳେନ୍ଦୁ ଦାସ, ସୁନିଲ କର ପ୍ରମୁଖ କହିଛନ୍ତି। ଘଟଣା ସମ୍ପର୍କରେ ଶ୍ରୀ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁଁ।
ବିଧାୟକ ପ୍ରାର୍ଥୀଙ୍କୁ ଭୋଗରାଇ ବିଜେପିର ବିରୋଧ, ସାଂସଦ ପ୍ରାର୍ଥୀ ପ୍ରତାପଙ୍କୁ ଠେଲାପେଲା
୮ଘଣ୍ଟାର ବୈଠକରେ ସମାଧାନ ନୋହିଲା, ଦଳ ନିଷ୍ପତ୍ତି ନ ନେଲେ ସମୂହ ଇସ୍ତଫା ଧମକ
/sambad/media/post_attachments/wp-content/uploads/2019/04/Untitled-18-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)