ନୂଆଦିଲ୍ଲୀ: ବିରୋଧୀ ଦଳଗୁଡ଼ିକୁ ଏକଜୁଟ୍ ରଖିବାକୁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବେ ନୂଆ ରଣନୀତିରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ସମସ୍ତ ୟୁପିଏ ସହଯୋଗୀ ଏବଂ ଅଣ ବିଜେପି ଆଂଚଳିକ ଦଳଗୁଡ଼ିକର ମୁଖ୍ୟମାନଙ୍କ ସହ ସୋନିଆ ଯୋଗସୂତ୍ର ସ୍ଥାପନ କରିବା ସହ ମେ ୨୩ ତାରିଖ ଦିନ ଦିଲ୍ଲୀରେ ମିଳିତ ବୈଠକରେ ଯୋଗ ଦେବାକୁ ଆମନ୍ତ୍ରଣ କରିଛନ୍ତି। ଏଥିରେ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ, କେ. ଚନ୍ଦ୍ର ଶେଖର ରାଓଙ୍କ ଟିଆର୍ଏସ୍, ଜଗନ ମୋହନ ରେଡ୍ଡିଙ୍କ ୱାଇଏସ୍ଆର୍ କଂଗ୍ରେସକୁ ମଧ୍ୟ ସାମିଲ କରିବା ପାଇଁ ପ୍ରୟାସ ଚାଲିଛି। ନିର୍ବାଚନ ଫଳାଫଳ ଆସିବା ସହିତ ତୁରନ୍ତ ସମସ୍ତ ବିରୋଧୀ ଦଳ ଏକଜୁଟ ହୋଇ ରଣନୀତି ତୟାର କରିବା ଦିଗରେ ସୋନିଆ ଗୁରୁତ୍ବାରୋପ କରିଛନ୍ତି। ଆଂଚଳିକ ଦଳ ନେତାମାନଙ୍କ ସହ ଯୋଗାଯୋଗ କରିବାକୁ ସୋନିଆ ଦଳର ବରିଷ୍ଠ ନେତାମାନଙ୍କୁ ନେଇ ଏକ ଟିମ୍ ଗଠନ କରିଛନ୍ତି। ଏହି ବୈଠକରେ ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡ଼ୁ, ଏନ୍ସିପି ସୁପ୍ରିମୋ ଶରଦ ପାୱାର ଏବଂ ଡିଏମ୍କେ ମୁଖ୍ୟ ଏମ୍କେ ଷ୍ଟାଲିନ ଉପସ୍ଥିତ ରହିବା ସ୍ପଷ୍ଟ ହୋଇଥିବା ବେଳେ ଏସ୍ପି, ବିଏସ୍ପି, ଟିଏମ୍ସି, ୱାଇଏସ୍ଆର୍ସିପି, ବିଜେଡି ଏବଂ ଟିଆର୍ଏସ୍ର ଆଭିମୁଖ୍ୟ ଜଣାପଡ଼ିନାହିଁ। କଂଗ୍ରେସ ନେତୃତ୍ବରେ ନିର୍ବାଚନ ପରବର୍ତ୍ତୀ ମହାମେଣ୍ଟରେ ଜଗନ ରେଡ୍ଡିଙ୍କୁ ସାମିଲ କରିବା ପାଇଁ ଏବେ କଂଗ୍ରେସ ପ୍ରୟାସ କରୁଥିଲେ ମଧ୍ୟ ଚନ୍ଦ୍ରବାବୁ ଏହାକୁ ଗ୍ରହଣ କରିବେ ନାହିଁ ବୋଲି କୁହାଯାଉଛି। ଯଦି ବିଜେପି ଏଥର ଲୋକସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠତା ପାଇବା ନାହିଁ ତା’ହେଲେ କୌଣସି ସମୟ ନଷ୍ଟ ନକରି ଅଣ ବିଜେପି ସରକାର ଗଠନ ଦିଗରେ ପ୍ରୟାସ ଆରମ୍ଭ କରିବାକୁ କଂଗ୍ରେସ ପ୍ରୟାସ ଆରମ୍ଭ କରିବ ବୋଲି ଜଣାପଡ଼ିଛି। ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ୧୯ ତାରିଖ ଦିନ ଶେଷ ହେଉଥିବା ବେଳେ ସେହିଦିନ ହିଁ ୟୁପିଏର ଏକ ଅଣଆନୁଷ୍ଠାନିକ ବୈଠକ ଅନୁଷ୍ଠିତ ହେଉଥିବା ଜଣାପଡ଼ିଛି।
ବିରୋଧୀଙ୍କୁ ଏକଜୁଟ୍ ରଖିବାକୁ ସୋନିଆଙ୍କ ରଣନୀତି, ଅଣ ବିଜେପି ଦଳମାନଙ୍କ ବୈଠକ ୨୩ରେ
/sambad/media/post_attachments/wp-content/uploads/2019/05/sonia-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)