ଭୋପାଳ: ମଧ୍ୟପ୍ରଦେଶର ଭୋପାଳ ଆସନରେ କଂଗ୍ରେସ ପ୍ରାର୍ଥୀ ଦିଗବିଜୟ ସିଂହ ଗତକାଲି ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଭୋଟ୍ ଦେଇ ନପାରିବାରୁ ମୋଦୀ ଆଜି ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମୋଦୀ କହିଛନ୍ତି, ଗଣତନ୍ତ୍ରର ମହାପର୍ବରେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ଧାଡ଼ିରେ ଠିଆ ହୋଇ ଭୋଟ୍ ଦେଉଥିବାବେଳେ ଦିଗବିଜୟ ଭୋଟ୍ ନଦେଇ ବହୁତ ବଡ଼ ପାପ କରିଛନ୍ତି। ଦିଗବିଜୟଙ୍କ ଅହଙ୍କାର ଗତକାଲି ଭୋପାଳରେ ସର୍ବସମ୍ମୁଖକୁ ଆସିଛି। ଦିଗବିଜୟ ଗଣତନ୍ତ୍ର କିମ୍ବା ଲୋକମାନଙ୍କୁ ଖାତିର କରୁନାହାନ୍ତି ବୋଲି ଏଥିରୁ ଜଣାପଡ଼ିଯାଉଛି ବୋଲି ମୋଦୀ କହିଛନ୍ତି। ଉଲ୍ଲେଖଯୋଗ୍ୟ ଦିଗବିଜୟ ରାଜଗଡ଼ରେ ଜଣେ ଭୋଟର ଭାବେ ନାମ ପଞ୍ଜିକୃତ କରିଥିବାବେଳେ ଗତ କାଲି ସେ ନିର୍ଦ୍ଧାରିତ ସମୟରେ ଭୋଟ୍ ଦେବାପାଇଁ ରାଜଗଡ଼ରେ ପହଞ୍ଚି ପାରିନଥିଲେ। ଭୋଟ୍ ଦେଇପାରିନଥିବାରୁ ସେ ଗତକାଲି କ୍ଷମା ମାଗିଥିଲେ। କିନ୍ତୁ ମୋଦୀ ଆଜି ମଧ୍ୟପ୍ରଦେଶର ରାତଲମ୍ ଜିଲ୍ଲାରେ ଏକ ରୢାଲିରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ଦିଗବିଜୟଙ୍କୁ ସମାଲୋଚନା କରିଛନ୍ତି।
ଭୋଟ୍ ନଦେଇ ଦିଗବିଜୟ ବଡ଼ ପାପ କରିଛନ୍ତି: ମୋଦୀ
/sambad/media/post_attachments/wp-content/uploads/2019/05/Prime-Minister-Modi-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)