ଲକ୍ଷ୍ନୌ: ୟୁପିରେ ମୋଦୀ ଲହର ସୁନାମିରେ ପରିଣତ ହେବାରୁ ଏଥିରେ କଂଗ୍ରେସର ଅସ୍ତିତ୍ବ ସଙ୍କଟରେ ପଡ଼ିଯାଇଛି ଏବଂ ଦଳ ସଭାପତି ରାହୁଲ ଗାନ୍ଧୀଙ୍କୁ ମଧ୍ୟ ସ୍ମୃତି ଇରାନିଙ୍କଠାରୁ ପରାଜୟ ସ୍ବୀକାର କରିବାକୁ ପଡ଼ିଛି। ସାଧାରଣ ନିର୍ବାଚନର କିଛିଦିନ ପୂର୍ବରୁ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇଥିଲେ କଂଗ୍ରେସ ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। କଂଗ୍ରେସ ପକ୍ଷରୁ ତାଙ୍କୁ ସାଧାରଣ ସମ୍ପାଦିକା ଭାବେ ନିଯୁକ୍ତି ଦିଆଯିବା ସହିତ ଉତ୍ତର ପ୍ରଦେଶର ପୂର୍ବାଞ୍ଚଳ ଦାୟିତ୍ବ ଦିଆଯାଇଥିଲା। ପ୍ରିୟଙ୍କା ଆସିଲେ କଂଗ୍ରେସ ଦଳର ଭାଗ୍ୟ ଉତ୍ତର ପ୍ରଦେଶରେ ପରିବର୍ତନ ହେବ ବୋଲି ଦଳୀୟ କର୍ମୀମାନେ ଆଶା ବାନ୍ଧିଥିଲେ। ଏପରିକି ସେ ଏକାଧିକ ରୋଡ୍ ସୋ ଏବଂ ରାଲି କରି ନିର୍ବାଚନ ପ୍ରଚାର କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତିକୁ କଡ଼ା ସମାଲୋଚନା କରିଥିଲେ। କିନ୍ତୁ ଭୋଟରେ ଏସବୁ ରୂପାନ୍ତରିତ ହୋଇପାରି ନାହିଁ। ପ୍ରିୟଙ୍କାଙ୍କ ମ୍ୟାଜିକ୍ କାମ ନକରିବାରୁ ଅନ୍ୟ ଅଂଚଳ ଭଳି ପୂର୍ବାଞ୍ଚଳରେ ମଧ୍ୟ କଂଗ୍ରେସ ମୂଳପୋଛ ହୋଇଯାଇଛି। ୟୁପିର ୮୦ ଆସନରୁ ଏନ୍ଡିଏ ୬୪, ମହାମେଣ୍ଟ ୧୫ ଏବଂ କଂଗ୍ରେସ ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଛି।
ୟୁପିରେ ପ୍ରିୟଙ୍କା ମ୍ୟାଜିକ୍ କାମକଲାନି, ପୂର୍ବାଞ୍ଚଳରେ ଦଳ ମୂଳପୋଛ
/sambad/media/post_attachments/wp-content/uploads/2019/05/images-35.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)