୨୦୨୦ରେ ଏନ୍‌ଡିଏକୁ ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନରେ ଐତିହାସିକ ବିଜୟ ପରେ ଏବେ ଏନ୍‌ଡିଏର ନଜର ରାଜ୍ୟସଭା ସଂଖ୍ୟା ଗରିଷ୍ଠତା ଉପରେ ରହିଛି। ‌ ୨୦୨୦ରେ ରାଜ୍ୟସଭାରେ ଏନ୍‌ଡିଏ ସଂଖ୍ୟାଗରିଷ୍ଠତା ହାସଲ କରିବ ଏବଂ ମୋଦୀ ସରକାରଙ୍କ ପାଇଁ ଏହା ବରଦାନ ସାବ୍ୟସ୍ତ ହେବ ବୋଲି ଉଛି। ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ନଥିବାରୁ ମୋଦୀ ସରକାରଙ୍କ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ୍‌ ରାଜ୍ୟସଭାରେ ଗୃହୀତ ହୋଇପାରୁ ନାହିଁ। ତେବେ ୨୦୨୦ ପରେ ସ୍ଥିତି ଭିନ୍ନ ହେବ ଏବଂ ଏନ୍‌ଡିଏ ରାଜ୍ୟସଭାରେ ମଧ୍ୟ ସଂଖ୍ୟା ଗରିଷ୍ଠତା ହାସଲ କରିବ ବୋଲି ଏକ ଆକଳନରୁ ଜଣାପଡ଼ିଛି।

ତବର୍ଷ ପ୍ରଥମ ଥର ପାଇଁ ବିଜେପିର ରାଜ୍ୟସଭା ସଦସ୍ୟ ସଂଖ୍ୟା କଂଗ୍ରେସକୁ ଟପି ଯାଇଥିଲା। ୨୪୫ ସଦସ୍ୟ ବିଶିଷ୍ଟ ଗୃହରେ ଏବେ ଏନ୍‌ଡିଏର ୧୦୧ ସଦସ୍ୟ ଅଛନ୍ତି। ମନୋନୀତ ସଦସ୍ୟଙ୍କୁ ମିଶାଇ ଏନ୍‌ଡିଏର ସଂଖ୍ୟା ୧୦୭ରେ ପହଞ୍ଚିଛି। ନଭେମ୍ବର ୨୦୨୦ ସୁଦ୍ଧା ଏନ୍‌ଡିଏ ରାଜ୍ୟସଭାରେ ଆଉ ୧୯ଟି ଆସନ ହାସଲ କରିବ। ଉତ୍ତର ପ୍ରଦେଶରେ ୪୦୩ ଆସନ ବିଶିଷ୍ଟ ବିଧାନସଭାରେ ବିଜେପିର ୩୧୪ ବିଧାୟକ ଅଛନ୍ତି। ଅନ୍ୟପକ୍ଷରେ ତାମିଲନାଡ଼ୁରେ ଏଆଇଏଡିଏମ୍‌କେ ମାଧ୍ୟମରେ ଟି ଆସନ ଏନ୍‌ଡିଏ ହାସଲ କରିବ। ନଭେମ୍ବର ୨୦୨୦ ସୁଦ୍ଧା ରାଜ୍ୟ ସଭାର ମୋଟ ୭୫ଟି ଆସନ ପାଇଁ ନିର୍ବାଚନ ହେବ। ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତା ହାସଲ କିରବା ପରେ ହିଁ କେନ୍ଦ୍ର ସରକାରଙ୍କ ଅନେକ ବଡ଼ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିବ।

ସମ୍ବନ୍ଧିତ ଖବର