ଭୁବନେଶ୍ବର: ବଡ଼ମ୍ବାର ବିଜେପି ପ୍ରାର୍ଥୀ ବିଜୟ କୁମାର ଦଳବେହେରାଙ୍କ ଅପରାଧିକ ପୃଷ୍ଠଭୂମି ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି। ପ୍ରାର୍ଥିପତ୍ର ଦାଖଲ ବେଳେ ସେ କରିଥିବା ସତ୍ୟପାଠରେ ନିଜ ନାମରେ ୧୮ଟି ମାମଲା ଚାଲିଥିବା ନେଇ ନିଜେ ଦର୍ଶାଇଛନ୍ତି। ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବଡ଼ମ୍ବା ଆସୁଥିଲା ବେଳେ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ଏପରି ମାମଲା ଦଳ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ବିଭିନ୍ନ ସମୟରେ ଶ୍ରୀ ଦଳବେହେରାଙ୍କ ନାମରେ ବଡ଼ମ୍ବା ଥାନାରେ ଏତଲା ହୋଇ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି। ତାଙ୍କ ନାମରେ ଲାଗିଥିବା ଦଫା ମଧ୍ୟରେ ଅଛି ଆଇପିସି ଧାରା-୩୭୯(ଚୋରି ପାଇଁ ଦଣ୍ଡ), ଧାରା-୧୨୦(ବି)(ଅପରାଧିକ ଷଡ଼ଯନ୍ତ୍ର ପାଇଁ ଦଣ୍ଡ), ଧାରା-୧୪୮( ଦଙ୍ଗା ଜନିତ ଦଣ୍ଡ ଅସ୍ତ୍ରଶସ୍ତ୍ର ଓ ଘାତକ ଅସ୍ତ୍ର ପ୍ରୟୋଗ ପାଇଁ), ଧାରା-୧୪୭( ଦଙ୍ଗା ଜନିତ ଦଣ୍ଡ), ଧାରା-୧୪୩(ବେଆଇନ୍ ସଭା ପାଇଁ ଦଣ୍ଡ), ଧାରା-୫୦୬(ଅପରାଧିକ ଧମକ ଦେବା ପାଇଁ ଦଣ୍ଡ) ଇତ୍ୟାଦି। ଶ୍ରୀ ଦଳବେହେରାଙ୍କ ସତ୍ୟପାଠ ଆଧାରିତ ଏହି ମାମଲା ସମ୍ପର୍କରେ ଲିଫ୍ଲେଟ୍ କରାଯାଇ ସେଠାରେ ବଣ୍ଟାଯାଉଥିବା ଦେଖିବାକୁ ମିଳୁଛି। ଏହା ବିଜେପିକୁ ଅପ୍ରୀତିକର ସ୍ଥିତିରେ ପକାଇଦେଇଛି।
ବଡ଼ମ୍ବା ବିଜେପି ବିଧାୟକ ପ୍ରାର୍ଥୀଙ୍କ ବିରୋଧରେ ୧୮ ମାମଲା, ସତ୍ୟପାଠରେ ଦର୍ଶାଇଛନ୍ତି ମାମଲା
/sambad/media/post_attachments/wp-content/uploads/2019/04/bjp-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)