୧୯୫୧ରୁ କଂଗ୍ରେସ କେବେ ବି ଜିତିନଥିବା ଆସନ

ନୂଆଦିଲ୍ଲୀ: ୧୯୫୧‌ରେ ଭାରତରେ ପ୍ରଥମେ ଲୋକସଭା ନିର୍ବାଚନ ହୋଇଥିଲା। ୧୯୫୧ରୁ ଏଯାବତ୍‌ ଅଧିକ ସମୟ କଂଗ୍ରେସ ହିଁ ଜାତୀୟ ସ୍ତରରେ କ୍ଷମତାରେ ରହିଛି ଏବଂ ଭାରତରେ ଅଧିକାଂଶ ରାଜ୍ୟ କଂଗ୍ରେସ ଶାସନାଧୀନ ଥିଲା। ତେବେ ୧୯୭୭ରେ ପ୍ରଥମ ଅଣ-କଂଗ୍ରେସ ସରକାର ଗଠନ ହେଲା। କିନ୍ତୁ ଏହି ଅଣ କଂଗ୍ରେସ ସରକାର ମାତ୍ର ୩ ବର୍ଷ ତିଷ୍ଠିଥିଲା। ଏହାପରେ କଂଗ୍ରେସ ପୁଣିଥରେ ୧୦ ବର୍ଷ ପାଇଁ କ୍ଷମତାକୁ ଆସିଲା। ୧୯୯୦ ଦଶକ ପର୍ଯ୍ୟନ୍ତ ଭାରତରେ ଅଧିକାଂଶ ରାଜ୍ୟ କଂଗ୍ରେସ ଶାସନାଧୀନ ଥିଲା। କିନ୍ତୁ କଂଗ୍ରେସର ଏତେ ପ୍ରଭାବ ଥାଇ ସତ୍ତ୍ବେ ଲୋକସଭାର ୫୪୩ ଆସନରୁ କେବଳ ଗୋଟିଏ ଆସନରେ କଂଗ୍ରେସ ଏଯାବତ୍‌ ଜିତିପାରିନାହିଁ। ଏହି ଆସନଟି ହେଉଛି କେରଳର ପୁନ୍ନାନି ଲୋକସଭା ଆ‌ସନ। ଏହା ଏକ କ୍ଷୁଦ୍ର ଉପକୂଳବର୍ତ୍ତୀ ସହର ଯାହା ଏକଦା ଏହାର ମସଲା ବ୍ୟବସାୟ ପାଇଁ ‌ବେଶ୍‌ ଜଣାଶୁଣା ଥିଲା। କିନ୍ତୁ ଏବେ ଏହା ମାଛ କାରବାର ପାଇଁ ଲୋକପ୍ରିୟ ହୋଇପାରିଛି। ୧୯୫୧ରେ ପ୍ରଥମ ସାଧାରଣ ନିର୍ବାଚନ ହେବା ପରଠାରୁ ପୁନ୍ନା‌ନିକୁ କିଶାନ ମଜଦୁର ପ୍ରଜା ପାର୍ଟି ପ୍ରଥମେ ୧୯୫୧ରେ ଲୋକସଭାକୁ ପ୍ରତିନିଧିତ୍ବ କରିଥିଲା। ଏହାପରେ ବାମଦଳ ୩ଥର ଏହି ଆସନରୁ ଲୋକସଭାକୁ ପ୍ରତିନିଧିତ୍ବ କରିଥିଲା। ଇଣ୍ଡିଆନ ୟୁନିଅନ ମୁସଲିମ୍‌ ଲିଗ୍‌ ଏହି ଆସନରୁ ୧୧ ଥର ଲୋକସଭାକୁ ପ୍ରତିନିଧିତ୍ବ କରିଛି।

ସମ୍ବନ୍ଧିତ ଖବର