ଅମୃତସର : ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ଟିପ୍ପଣୀ ପାଇଁ କଂଗ୍ରେସ ନେତା ସାମ୍ ପିଟ୍ରୋଡ଼ା ଲଜ୍ଜା ଅନୁଭବ କରିବା ଉଚିତ୍। ପିଟ୍ରୋଡ଼ାଙ୍କର ଏଭଳି ଭୁଲ୍ ପାଇଁ ସେ ସାରା ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ୍ ବୋଲି ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି। ପଞ୍ଜାବର ଫତେଗଡ଼ରେ ଏକ ନିର୍ବାଚନୀ ରୢାଲିରେ ରାହୁଲ ପିଟ୍ରୋଡ଼ାଙ୍କ ଏହି ଟିପ୍ପଣୀ ପାଇଁ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି, ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲା ନେଇ ପିଟ୍ରୋଡ଼ା ଯାହା କହିଥିଲେ ତାହା ସମ୍ପୂର୍ଣ୍ଣ ଭାବେ ଭୁଲ୍। ସେ ଏଥିପାଇଁ ସାରା ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ୍। ଏକଥା ମୁଁ ତାଙ୍କୁ ଫୋନ୍ରେ କହିଥିଲି, ଆଜି ସର୍ବସାଧାରଣରେ କହୁଛି।
୧୯୮୪ ଟିପ୍ପଣୀ ପାଇଁ ପିଟ୍ରୋଡ଼ା ଲଜ୍ଜା ଅନୁଭବ କରିବା ଉଚିତ୍: ରାହୁଲ
/sambad/media/post_attachments/wp-content/uploads/2019/05/Rahul_gandhi.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)