ନୂଆଦିଲ୍ଲୀ: ଭାରତର ଲୋକସଭା ନିର୍ବାଚନ ଉପରେ ସାରା ବିଶ୍ବର ନଜର ଥିବା ବେଳେ ନିର୍ବାଚନକୁ ଦେଖିବା ପାଇଁ ୨୬ ଦେଶର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆସନ୍ତା ମେ’ ୧୦ରେ ଦିଲ୍ଲୀ ପହଞ୍ଚିବେ। ପ୍ରତିନିଧି ଦଳ ୬ଷ୍ଠ ଓ ୭ମ ପର୍ଯ୍ୟାୟ ନିର୍ବାଚନେର ମତଦାନ କେନ୍ଦ୍ରଗୁଡ଼ିକ ପରିଦର୍ଶନ କରିବେ ବୋଲି ଜଣା ପଡ଼ିଛି। ପ୍ରତ୍ୟେକ ଦେଶର ପ୍ରତିନିଧି ଦଦଳରେ ୫ ଜଣ ଲେଖାଏଁ ସଦସ୍ୟ ରହିବେ। ମିଳିଥିବା ସୂଚନା ଅନୁଯାୟୀ ୨୦୧୪ ସାଧାରଣ ନିର୍ବାଚନ ତୁଳନାରେ ଏଥର ବିଦେଶୀ ପ୍ରତିନିଧି ଦଳ ଅଧିକ ସଂଖ୍ୟାରେ ଲୋକତନ୍ତ୍ରର ମହାପର୍ବକୁ ଦେଖିବା ପାଇଁ ଆସୁଛନ୍ତି। ବିଶେଷ କରି ଦିଲ୍ଲୀ ଓ ହରିୟାଣାରେ ପ୍ରତିନିଧି ଦଳ ଅଧିକାଂଶ ନିର୍ବାଚନୀ ବୁଥ୍ ପରିଦର୍ଶନ କରିବେ। ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଭୁଟାନ, ବୋସନିଆ, ଫିଜି, ଜର୍ଜିଆ, କୋରିଆ, ମେକ୍ସିକୋ, ମିଆଁମାର, ନେପାଳ, ଦକ୍ଷିଣ ଆଫ୍ରିକା, ସୁରିନାମ, ୟେମେମନ, କମ୍ବୋଡିଆ, ଇଣ୍ଡୋନେସିଆ, କାଜକିସ୍ତାନ, କେନିଆ, ଫିଲିପାଇନ୍ସ, ରୋମାନିୟା, ଶ୍ରୀଲଙ୍କା, ୟୁ.ଏ.ଇ, ଉଜବେକିସ୍ତାନ, ଜିମ୍ବାୱେ ଓ ବାଂଲାଦେଶର ପ୍ରତିନିଧି ଦଳ ସହ ବିଶ୍ବ ନିର୍ବାଚନୀ ସଂଗଠନ ସମୁହର ମହାସଚିବ, ଗଣତନ୍ତ୍ର ଏବଂ ନିର୍ବାଚନୀ ସହାୟତା ଅନ୍ତର୍ଜାତୀୟ ସଂସ୍ଥାର ମହାସଚିବ ଏବଂ ମାଲେସିଆ କମନ୍ ୱେଲ୍ଥ ଷ୍ଟଡିଜ୍ ସେଣ୍ଟର୍ର ନିର୍ଦ୍ଦେଶକ ୧୫ ଦିନିଆ ଭାରତ ଗସ୍ତରେ ଆସିବେ।
ଲୋକସଭା ନିର୍ବାଚନ ଦେଖିବାକୁ ଆସିବେ ୨୬ ଦେଶର ପ୍ରତିନିଧି ଦଳ
/sambad/media/post_attachments/wp-content/uploads/2019/04/election-f-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)