ଅହମଦାବାଦ୍ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଜରାଜ୍ୟ ଗୁଜରାଟ ୩୦ ବର୍ଷ ଧରି ଲୋକସଭାକୁ କୌଣସି ମୁସଲିମ୍ ସାଂସଦ ଦେଇନି। ୧୯୮୪ ରେ ଗୁଜରାଟରୁ ଶେଷଥର ପାଇଁ ମୁସଲିମ୍ ସାଂସଦ ହୋଇଥିଲେ କଂଗ୍ରେସର ଅହମ୍ମଦ ପଟେଲ। ୧୯୮୯ ରେ ପଟେଲ୍ ବିଜେପିର ଚନ୍ଦୁ ଦେଶମୁଖଙ୍କଠାରୁ ଭାରୁଚ୍ ଆସନରୁ ନିର୍ବାଚନ ହାରିବାପରେ ସେବେଠାରୁ ସେ ଆଉ ଲୋକସଭା ନିର୍ବାଚନ ଲଢ଼ିନାହାନ୍ତି। ଏଥର ମଧ୍ୟ ଅହମ୍ମଦ ଭାରୁଚ୍ରୁ ନିର୍ବାଚନ ଲଢ଼ିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଅହମ୍ମଦ ଭାରୁଚରୁ ନିର୍ବାଚନ ଲଢ଼ିବେନି। କଂଗ୍ରେସ ଅବଦୁଲ ଶକୁର ପଠାନଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଛି। ତେବେ ଗୁଜରାଟରେ ମୋଟ୍ ଜନସଂଖ୍ୟାର ୯.୫ ପ୍ରତିଶତ ହେଉଛନ୍ତି ମୁସଲିମ୍। ୧୯୬୨ରେ ନୂଆକରି ଗଠନ ହୋଇଥିବା ଗୁଜରାଟରେ ପ୍ରଥମ ଲୋକସଭା ନିର୍ବାଚନରେ ଜଣେ ମୁସଲିମ୍ ପ୍ରାର୍ଥୀ ଜୋହରା ଚାଭଡ଼ା ବନାସକାନ୍ଥାରୁ ନିର୍ବାଚନ ଜିତିଥିଲେ। ୧୯୭୭ ରେ ରାଜ୍ୟରୁ ୨ ଜଣ ମୁସଲିମ୍ ପ୍ରାର୍ଥୀ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଦୁଇ ଜଣ ଯାକ କଂଗ୍ରେସର। ଜଣେ ଅହମଦ ପଟେଲ ଏବଂ ଅନ୍ୟ ଜଣେ ଏହସାନ୍ ଜାଫ୍ରି। ୧୯୬୨ରୁ ସମସ୍ତ ୮ ଜଣ ମୁସଲିମ୍ ପ୍ରାର୍ଥୀ କଂଗ୍ରେସ ଟିକେଟ୍ରେ ଭାରୁଚ୍ରୁ ନିର୍ବାଚନ ଲଢ଼ିଛନ୍ତି। କିନ୍ତୁ କେବଳ ଅହମ୍ମଦ ପଟେଲ୍ ହିଁ ନିର୍ବାଚନ ଜିତିବାରେ ସକ୍ଷମ ହୋଇଛନ୍ତି। ଅନ୍ୟପକ୍ଷେ ୧୯୮୯ରୁ କେବଳ କଂଗ୍ରେସ ଦ୍ବାରା ହିଁ ଗୁଜରାଟରେ ୭ ଜଣ ମୁସଲିମ ପ୍ରାର୍ଥୀ ନିର୍ବାଚନ ଲଢ଼ିଛନ୍ତି। ୨୦୧୪ ଲୋକସଭା ନିର୍ବାଚନରେ ରାଜ୍ୟର ୩୩୪ ପ୍ରାର୍ଥୀଙ୍କ ମଧ୍ୟରେ ୬୭ ଜଣ ମୁସଲିମ୍ ପ୍ରାର୍ଥୀ ଥିଲେ। ଏଥିରେ କଂଗ୍ରେସର ଜଣେ ମାତ୍ର ମୁସଲିମ୍ ପ୍ରାର୍ଥୀ ଥିଲେ ।
ଗୁଜରାଟରେ ୩୦ ବର୍ଷ ଧରି ମୁସଲିମ୍ ସାଂସଦ ନାହାନ୍ତି
/sambad/media/post_attachments/wp-content/uploads/2019/04/gujaratmap.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)