ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ନେତୃତ୍ବରେ ୨୧ଟି ବିରୋଧୀ ଦଳ ୫୦ ପ୍ରତିଶତ ଭିଭିପିଏଟି ସ୍ଲିପ୍ ଗଣତି ଦାବିରେ ଅଟଳ ଅଛନ୍ତି। ଏହି ପ୍ରସ୍ତାବକୁ ଦୃଢ଼ ବିରୋଧ କରି ନିର୍ବାଚନ କମିସନ ସୁପ୍ରିମ୍ କୋର୍ଟରେ ସତ୍ୟପାଠ ଦାଖଲ କରିଥିବା ବେଳେ ବିରୋଧୀ ଦଳମାନେ ପୂର୍ବ ଦାବିରେ ଅଟଳ ରହି ସେମାନଙ୍କ ଜବାବ ରଖିଛନ୍ତି। ଏଥର ନିର୍ବାଚନରେ ୧୩.୫ ଲକ୍ଷ ଇଭିଏମ୍ ବ୍ୟବହାର ହେଉଛି ଏବଂ ୫୦ ପ୍ରତିଶତ ଭିଭିପିଏଟି ସ୍ଲିପ୍ ଗଣତି ହେଲେ ଭୋଟ୍ ଗଣତି ସରିବାକୁ ୬ ଦିନ ଅଧିକ ସମୟ ଲାଗିବ। ତେବେ ୬ ଦିନ ବିଳମ୍ବକୁ ଆମେ ଗ୍ରହଣ କରିବୁ ବୋଲି ବିରୋଧୀ ଦଳମାନେ ସୁପ୍ରିମ୍ କୋର୍ଟଙ୍କୁ ଅବଗତ କରାଇଥିବାରୁ ଏହି ମାମଲା ଏବେ ଜଟିଳ ରୂପ ନେଇଛି। ଯଦି ସୁପ୍ରିମ୍ କୋର୍ଟ ୫୦ ପ୍ରତିଶତ ଭିଭିପିଏଟି ସ୍ଲିପ୍ ଗଣତି ପାଇଁ ନିର୍ଦ୍ଦେଶ ଦେବେ ତେବେ ଭୋଟ୍ ଗଣତି ସରିବାକୁ ୬ ଦିନ ଲାଗିଯିବ। ନିର୍ବାଚନ କମିସନଙ୍କ ସତ୍ୟପାଠ ନେଇ ବିରୋଧୀ ଦଳମାନେ କହିଛନ୍ତି ଯେ ନିର୍ବାଚନ ପ୍ରକ୍ରିୟାକୁ ପାରଦର୍ଶୀ ଏବଂ ସ୍ବଚ୍ଛ ରଖିବା ପାଇଁ ସେମାନେ ୬ ଦିନ ବିଳମ୍ବକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ବିରୋଧ ଦଳମାନେ କହିଛନ୍ତି ଯେ ନିର୍ବାଚନ କମିସନ ଅଧିକ ଲୋକଙ୍କୁ ଗଣତିରେ ନିଯୁକ୍ତି ଦେଲେ ଏହା ୨ରୁ ୩ ଦିନ ମଧ୍ୟରେ ବି ସଂପୂର୍ଣ୍ଣ ହୋଇପାରିବ।
୫୦% ଭିଭିପିଏଟି ସ୍ଲିପ୍ ଗଣତି ମାମଲା: ଦାବି ଦୋହରାଇଲେ ବିରୋଧୀ
୬ ଦିନ ବିଳମ୍ବରେ ଆସିପାରେ ନିର୍ବାଚନ ଫଳ
/sambad/media/post_attachments/wp-content/uploads/2019/04/vvpat.jpg)